୧୨ ବର୍ଷର ଗୀଟାର ବାଦକ ନିଲେଶ; ବିନା ନୋଟେସନ୍‌ରେ ବଜାଉଛନ୍ତି ୫୦ରୁ ଅଧିକ ଗୀତ

Advertisment
୧୨ ବର୍ଷର ଗୀଟାର ବାଦକ ନିଲେଶ; ବିନା ନୋଟେସନ୍‌ରେ ବଜାଉଛନ୍ତି ୫୦ରୁ ଅଧିକ ଗୀତ

କଟକ: ଗୀତାର ବଜାଇ ଏବେ ଚର୍ଚ୍ଚାରେ ନିଲେଶ। ବାର ବର୍ଷ ବୟସରୁ ଜଣେ ପେସାଦାର ମ୍ୟୁଜିସିଆନ୍‌ ଭଳି ବଜାଉଛନ୍ତି ଗୀଟାର । ଏପରିକି ୫୦ ପ୍ରକାରର ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭଳି ମ୍ୟୁଜିକ ବିନା କୌଣସି ନୋଟେସନ୍‌ ଦେଖି ସେ ବଜାଇ ପାରନ୍ତି। ସେହିଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଶ କରିବାସହ ପ୍ରଥମ ସ୍ଥାନ ମଧ୍ୟ ଅଧିକାର କରିଛନ୍ତି ନିଲେଶ। ଏଭଳି କିଛି ନିଆରା କଳା ନିଲେଶଙ୍କୁ ଆଣି ଦେଇଛି ଏକ ଭିନ୍ନ ପରିଚୟ। ନିଜ ବୟସର ପିଲାଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ।

publive-image Sambad

କଟକ ଶଙ୍କରପୁରସ୍ଥିତ ବାରିକ ସାହିର ବାସିନ୍ଦା ଶିଶିର କୁମାର ଭୋଳ ଓ ସ୍ବର୍ଣ୍ଣପ୍ରଭା ଭୋଳଙ୍କ ପୁଅ ନିଲେଶ ନାରାୟଣ ଭୋଳ କ୍ରିଷ୍ଣମୂର୍ତ୍ତି ୱାର୍ଲଡ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର। ୫ ବର୍ଷ ବୟସରେ ସେ ଗୁରୁ ଏମ୍‌ଡ଼ି ମୁବାରକ୍‌ ଓ ପରେ ଗୁରୁ ଭାବ‌େତାଷ ମହାନ୍ତିଙ୍କ ଠାରୁ ଗୀତାର ପାଇଁ ତାଲିମ ନେବା ଆରମ୍ଭ କରିଥିଲେ। ହେଲେ ମାତ୍ର ଦୁଇ ବର୍ଷ ସମୟ ମଧ୍ୟରେ ସେ ଏକ ପ୍ରୋଫେସନାଲ ମ୍ୟୁଜିସିଆନ୍‌ ଭଳି ଗୀଟାର ବଜାଇବାର କଳା ଅକ୍ତିଆର କରି ନେଇଥିଲେ।

ନିଲେଶ କହିବା ଅନୁଯାୟୀ ଗୀଟାର ବାଦକ ଗୋରଖ୍‌ ଶର୍ମା ହେଉଛନ୍ତି ତାଙ୍କର ପ୍ରେରଣା। ତାଙ୍କ ବାପାମା’ ବି ଏଥିରେ ବହୁତ ଉତ୍ସାହ ଦିଅନ୍ତି। ପାଠ ପଢ଼ି ଡ଼ାକ୍ତର ହେବାକୁ ଇଚ୍ଛା ରହିଛି। କିନ୍ତୁ ଜଣେ ଭଲ ଗୀତାର ‌ବାଦକ ହେବାକୁ ଉଦ୍ୟମ କରୁଛି ବୋଲି ନିଲେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe