କଟକ ସହରରୁ ଦିନକରେ ୧୪୯ ଚିହ୍ନଟ

Advertisment
ମୟୂରଭଞ୍ଜ ଜିଲ୍ଲାରେ ହଜାରେ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟାଏ ଦିନରେ ରେକର୍ଡ ସଂଖ୍ୟକ ୭୦ ନୂଆ ପଜିଟିଭ ଚିହ୍ନଟ

Daily Express

କଟକ : ପୁଣି ରେକର୍ଡ ଛୁଇଁଲା କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ‌ଗୋଟିଏ ଦିନରେ କଟକ ସହରରୁ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୪୯ଜଣ ସଂକ୍ରମିତ ଚିହ୍ନଟ ହେବା ସହ ମା‌ଲଗୋଦାମ ବେହେରାସାହି, ତେଲଗୁସାହି ବସ୍ତି ଏବେ ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ଦୁଇଟି ସାହିରୁ ଆଜି ୧୦୭ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସିଏମ୍‌ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ କି’ ପ୍ରକାର ପଦକ୍ଷେପ ନିଆଯିବ, ତାହା ମଙ୍ଗଳବାର ଚୂଡ଼ାନ୍ତ କରାଯିବାକୁ ରହିଛି। ଗୋଟିଏପଟେ ଉକ୍ତ ଦୁଇ ସାହିକୁ କଣ୍ଟେନମେଣ୍ଟ୍‌ ଜୋନ ଘୋଷଣା କରାଯାଇଥିବା ବେଳେ ରାଜ୍ୟର ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମ ଏବେ ହଟ୍‌ଜୋନରେ। ସେହିପରି କଟକ ଜିଲ୍ଲାରୁ ୧୫୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଠଗଡ଼ରୁ ୨, ବାରଙ୍ଗ ଓ ବଡମ୍ବାରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା‌ ୨୪୯୦ରେ ପହଞ୍ଚିଥିବା ବେଳେ ସହରରୁ ସଂକ୍ରମିତଙ୍କ ୧୨୪୦ ଛୁଇଁଛି। ସେହିଭଳି କଟକ ସହରର ପୁରୁଣାରାଉସାପାଟଣାରୁ ୮, ଖଟ୍‌ବିନ୍‌ସାହିରୁ ୪, ରେଭେନ୍ସା କ୍ୟାମ୍ପସରୁ ୩, ମଙ୍ଗଳାବାଗ୍‌ରୁ ୩, ଯୋବ୍ରା ଦାସସାହିରୁ ୫ ସମେତ କାଜିପାଟଣା, ରାଣୀହାଟ, ବାଦାମବାଡ଼ି ସମେତ ସହରର ବିଭିନ୍ନ ସାହି ବସ୍ତିରୁ ବିକ୍ଷିପ୍ତ ଭାବେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe