ସଂଗରୋଧରୁ ୧୦୦ ଜଣଙ୍କ ସମେତ କଟକରୁ ଆଜି ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ଥାନୀୟ ସଂକ୍ରମଣ ୬୨ ଜଣ

ସଂଗରୋଧରୁ ୧୦୦ ଜଣଙ୍କ ସମେତ କଟକରୁ ଆଜି ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରର ବିଭିନ୍ନ ସଂଗରୋଧରୁ ୧୦୦ ଜଣଙ୍କ ସମେତ ମୋଟ ୧୬୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ୪ ଜଣ କୋଭିଡ ଯୋଦ୍ଧା (ଜଣେ ପୁରୁଷ ଓ ୩ ଜଣ ମହିଳା)ଙ୍କ ସମେତ ଆଜି ମୋଟ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର ଅନ୍ୟ ସରକାରୀ ସଂଗରୋଧରୁ ୫ ଜଣ ଓ ଗୃହ ସଂଗରୋଧରୁ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image
ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମଠସାହିରୁ ଅଛନ୍ତି ୧୫ ଜଣ। ବିଦ୍ୟାଧରପୁରରୁ ୫ ଜଣ, ନୟାବଜାରରୁ ୪ ଜଣ, ସିଡିଏ ସେକ୍ଟର-୧୦ରୁ ୨ ଜଣ, ସିଡିଏ ସେକ୍ଟର-୯, ପେନସନ ଲେନ, ନୂଆସାହି, କାଜିବଜାର, ଅରୁଣୋଦୟ ନଗର, ଚାଉଳିଆଗଂଜରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୨୬୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୬୪୭ ଜଣ ସୁସ୍ଥ ହୋଇଛନ୍ତି। ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୧୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

publive-image

ଆଜି ଗୃହ ସଂଗରୋଧରୁ ମୋଟ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଥୋରିଆ ସାହିରୁ ୧୭ ଜଣ, ଚାଉଳିଆଗଂଜ ତଳସାହିରୁ ୨୫ ଜଣ, ନୂଆବଜାରରୁ ୧୦ ଜଣ, ଖାନନଗରରୁ ୪ ଜଣ, ଭାନପୁରରୁ ୩ ଜଣ, ବକ୍ସି ବଜାରରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe