ଆଜି କଟକ ସହରରୁ ଚିହ୍ନଟ ହେଲେ ୧୯୮ କରୋନା ଆକ୍ରାନ୍ତ, ୩୧୮ ସଂକ୍ରମିତ ସୁସ୍ଥ

Advertisment
ଆଜି କଟକ ସହରରୁ ଚିହ୍ନଟ ହେଲେ ୧୯୮ କରୋନା ଆକ୍ରାନ୍ତ, ୩୧୮ ସଂକ୍ରମିତ ସୁସ୍ଥ

କଟକ: ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରରୁ ୧୯୮ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସରକାରୀ ସଂଗରୋଧରୁ ୬୭ ଜଣ ଓ ୫୭ ଜଣ ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି। ସେହିପରି ୭୪ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ ଖୁସୀ ଖବର ହେଲା, ଗତ ୨୪ ଘଣ୍ଟା ମଧ୍ୟରେ  ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ସଂଗରୋଧରୁ ଆଜି ମୋଟ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୬ ଜଣ ଅଛନ୍ତି କରୋନା ଯୋଦ୍ଧା ଅଛନ୍ତି। ଆଜି ସରକାରୀ ସଂଗରୋଧରୁ ୩୯ ଜଣ ପୁରୁଷ ଓ ୧୨ ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସହରର ବିଭିନ୍ନ ସ୍ଥାନରୁ ଗୃହ ସଂଗରୋଧରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ୭୪ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରୁ ଏ ପର୍ଯ୍ୟନ୍ତ ୫୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨୩୨ ଜଣ ସୁସ୍ଥ ହୋଇଛନ୍ତି। ୧୮୬୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୨୭ ଜଣଙ୍କର  ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe