୧୦ଚକିଆ ଟ୍ରକ ଧକ୍କାରେ ଯୁବ ବାଇକ ଚାଳକ ମୃତ; ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

Advertisment
ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Illustration Courtesy: The Hindu

ଜଗତପୁର: ଜଗତପୁର ଖଇରା(କଟକ-ଚାନ୍ଦବାଲିରୋଡ଼)‌ ପୋଲ ଉପରେ ସାଲେପୁରରୁ କଟକ ଆସୁଥିବା ଏକ ଦଶଚକିଆ ଟ୍ରକ ପଛପଟୁ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଜଣକ ପାର୍ଶ୍ବରେ ଆସୁଥିବା ଏକ କାରରେ ପିଟି ହୋଇ ଟ୍ରକର ପଛ ଚକ୍କା ସାମ୍ନାରେ ପଡ଼ିଥିଲେ ଏବଂ ବାଇକ ଚାଳକଙ୍କ ମୁଣ୍ତ ଉପରେ ଟ୍ରକଟି ଚଢ଼ି ଚାଲିଯାଇଥିଲା। ଘଟଣାସ୍ଥଳରେ ଜଗତପୁର ଥାନା ପୁଲିସ ପହଞ୍ଚି  ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପରେ ଡ଼ାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ମୃତକ ହେଉଛନ୍ତି ଜଗତପୁର ଥାନା ଅର୍ନ୍ତଗତ ଭୟରପୁର ଗ୍ରାମର ରଞ୍ଜନ ସାହୁଙ୍କ ପୁଅ ବିଜୟ ସାହୁ ଓରଫ କୁଲୁ(୨୪)। ପେଶାରେ ସେ ଜଣେ ରାଜମିସ୍ତ୍ରୀ। ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ବିଜୟ ସାହୁ ତାଙ୍କ ସହଯୋଗୀ ହେମନ୍ତ ସାହୁଙ୍କୁ ନେଇ କଟକ ନିଜ କାମରେ ଆସୁଥିବା ବେଳେ ଜଗତପୁର ଖଇରା ପୋଲ ଉପରେ ଦୁର୍ଘଟଣାର ଶିକାର ହୋଇଥିଲା।

publive-image Sambad

ବିଜୟଙ୍କ ବିବାହକୁ ମାତ୍ର ୧୭ ଦିନ ହୋଇଥିବା ବେଳେ ଏଭଳି ଘଟଣା ତାଙ୍କ ପରିବାରକୁ ସ୍ତବ୍ଧ କରିଦେଇଛି। ଟ୍ରକଟି ଧକ୍କା ଦେଇ ଚାଲିଯାଇଥିବା ବେଳେ ସ୍ଥାନୀୟ ପୁଲିସ ଉକ୍ତ ଟ୍ରକ ଚାଳକ ଓ ଟ୍ରକକୁ ଅଟକ ରଖି ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe