ହାଇକୋର୍ଟ ଗଲେ କଟକର ୨୫ ପୂଜା କମିଟି : ମୂର୍ତ୍ତୀ ଯେମିତି ଗଢ଼ୁଥିଲୁ ଗଢ଼ିବୁ; ମଣ୍ତପରେ ପରଦା ବାନ୍ଧିବୁନି

Advertisment
ହାଇକୋର୍ଟ ଗଲେ କଟକର ୨୫ ପୂଜା କମିଟି : ମୂର୍ତ୍ତୀ ଯେମିତି ଗଢ଼ୁଥିଲୁ ଗଢ଼ିବୁ; ମଣ୍ତପରେ ପରଦା ବାନ୍ଧିବୁନି

File Picture

କଟକ: ଦୁର୍ଗା ପୂଜା ପାଇଁ ମୂର୍ତ୍ତି ନିର୍ମାଣକୁ ନେଇ ଅବାସ୍ତବ ସର୍ତ୍ତ ଆଉ ମଣ୍ଡପରେ ପରଦା ଟଣା ପ୍ରସ୍ତାବ ବିରୋଧରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଏହା ବିରୋଧରେ ‘ସମ୍ବାଦ’ର ସ୍ବତନ୍ତ୍ର ସ୍ତମ୍ଭରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ ଲଗାତର ସ୍ବର ଉତ୍ତୋଳନ କରି ଆସିଥିବା ବେଳେ ଏବେ ଘୋଷଣା ବିଳମ୍ବ ହେଉଥିବାରୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକର ୨୫ଟି ପୂଜା କମିଟି ଇତିମଧ୍ୟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ୩ଟି ପ୍ରସଙ୍ଗରେ ଅନୁମତି ମାଗିଛନ୍ତି। ତେଣେ ରାଜ୍ୟ ସରକାର ଗୁରୁବାର ବିଭିନ୍ନ ପୂଜା ଅନୁଷ୍ଠାନ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି।

ପ୍ରଥମ ପ୍ରସଙ୍ଗ ହେଉଛି ସେମାନେ ଯେଉଁଭଳି ଭାବେ ବର୍ଷବର୍ଷ ଧରି ମୂର୍ତ୍ତି ନିର୍ମାଣ କରି ଆସିଛନ୍ତି, ସେହି ଅନୁଯାୟୀ ସେମାନଙ୍କୁ ମୂର୍ତ୍ତି ତିଆରି କରି ପୂଜା କରିବାର ଅନୁମତି ମିଳୁ। ଦ୍ବିତୀୟ ପ୍ରସଙ୍ଗ ହେଉଛି ଦଶହରା ପୂଜା ୫ ଦିନରେ ମଣ୍ଡପରେ କୌଣସି ପ୍ରକାର ପରଦା ଆଢୁଆଳ ନ କରି ପୂଜା କରିବାର ଅନୁମତି ଦିଆଯାଉ। ଏବଂ ତୃତୀୟ ପ୍ରସଙ୍ଗ ହେଉଛି ଚେଚିସରେ ମୂର୍ତ୍ତିକୁ ଭସାଣି ପାଇଁ ନିଆଯିବାର ଅନୁମତି ମିଳୁ। କିନ୍ତୁ ପ୍ରଶାସନ ପକ୍ଷରୁ ଯେଉଁଠି ବ୍ୟବସ୍ଥା କରାଯିବ ସେମାନେ ସେଠାରେ ମୂର୍ତ୍ତି ବିସର୍ଜନ କରିବେ ଏବଂ ଅନ୍ୟ ସମସ୍ତ କୋଭିଡ ନିୟମ ଅନୁଯାୟୀ ପ୍ରଶାସନର କଟକଣା ମାନିବେ ବୋଲି ପୂଜା କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମୟ ପାଖେଇ ଆସୁଥିବାରୁ ତୁରନ୍ତ ଅନୁମତି ପ୍ରାର୍ଥନାରେ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତା ସୋମବାର ଦିନ ଏହି ମାମଲାର ଶୁଣାଣି ହେବାକୁ ଯାଉଛି।

publive-image Odisha Bytes

ବାମ୍ଫି ସାହି ଦୁର୍ଗା ପୂଜା କମିଟି, ପୋତାପୋଖରୀ-ପୋଇସା, ସୂତାହାଟ, ଯୋବ୍ରା, ଉପର ତେଲେଙ୍ଗା ବଜାର, ଫିରିଙ୍ଗ ବଜାର, ନୂଆପଡା, ତୁଳସୀପୁର ଦୁର୍ଗା ପୂଜା କମିଟି, ତୁଳସୀପୁର ମହାଦେବ ପୂଜା କମିଟି, ବଙ୍ଗାଳି ସାହି, ବାଖରାବାଦ ଭାରତ ମାତା ପୂଜା କମିଟି, ମେରିଆ ବଜାର, ଟାଉନ ହଲ୍ ରୋଡ, ଶିଳ୍ପୀ କୁମ୍ଭାର ସାହି ଦୁର୍ଗା ପୂଜା କମିଟି, ଶିଳ୍ପୀ କୁମ୍ଭାର ସାହି ମହାଦେବ ପୂଜା କମିଟି, ଶଙ୍କରପୁର-ବାଦାମବାଡି, ମଠସାହି ଗୋପାଳଜିଉ ଲେନ, ମାଛୁଆ ବଜାର, ଖାନନଗର ଶିଳ୍ପାଞ୍ଚଳ, ରାଣୀହାଟ ବଜାର ଗୋପାଳ ସାହି, ସାଆନ୍ତ ସାହି, ନୂଆପାଟଣା, ବିଡାନାସୀ, ଭଗତପୁର ଓ ଭଣ୍ଡାରି ସାହି ଭଳି କଟକର ୨୫ଟି ପୂଜା କମିଟି ଏଭଳି ଅନୁମତି ପାଇଁ ମାମଲା ରୁଜୁ କରିଛନ୍ତି।

ଅନ୍ୟପଟେ ଭୁବନେଶ୍ବର, ବଲାଙ୍ଗୀର ଓ କଳାହାଣ୍ଡିରେ ମଧ୍ୟ ଏଭଳି ପୂଜା ପାଇଁ ଅନୁମତି ଦେବାକୁ ଅନୁରୋଧ କରି ଆଦିମାତା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାମଲା ରୁଜୁ ‌କରାଯାଇଛି। ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ଓ ଆଇନଜୀବୀ ଅନିରୁଦ୍ଧ ସାଙ୍ଗନାରିଆ ଏହି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe