ସିଡ଼ିଏମ୍‌ଓ କଲେ ସ୍ଥିତି ଅନୁଧ୍ୟାନ ; ୨୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାରେ ଡମି ଟିକା ଦିଆଯିବ

Advertisment
ସିଡ଼ିଏମ୍‌ଓ କଲେ ସ୍ଥିତି ଅନୁଧ୍ୟାନ ; ୨୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାରେ ଡମି ଟିକା ଦିଆଯିବ

Sambad

କଟକ: ଆଜି ସାରା ରାଜ୍ୟରେ କରୋନା ଟିକାକରଣକୁ ନେଇ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ସବୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସରକାର ଘୋଷଣା କରିଥିବାବେଳେ କଟକର ସିଟି ହସ୍ପିଟାଲରେ ଏହି ଡ୍ରାଏ ରନ୍‌  ହୋଇଯାଇଛି। କଟକ ସିଡ଼ିଏମଓ ସତ୍ୟବ୍ରତ ଛୋଟରାୟ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସମସ୍ତ ବିଭାଗର ଡ଼ାକ୍ତର ମଧ୍ୟ ଉପସ୍ଥିତ ରହିଛନ୍ତି। ଏହାସହ ୨୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଡ଼ମି ଦିଆଯିବ। ଏକ ‌ରିହର୍ସାଲ୍ ମାଧ୍ୟମରେ ସମସ୍ତଙ୍କୁ ନିଜ ନିଜ ଦାୟିତ୍ବ ନିର୍ବାହ ଓ କିପରି କାମ କରିବେ ତାହା ଶିଖାଯିବ। ପରେ ବ୍ଲକ ମାନଙ୍କରେ ଏହି ‌ରିହର୍ସାଲ୍‌ କରାଯିବ। ଆମେ ସମସ୍ତ ପ୍ରକାର ପ୍ରସ୍ତୁତ ରହିଛୁ ବୋଲି ସିଡ଼ିଏମ୍‌ଓ ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି।

କଟକରେ ଟିକାକରଣ ପାଇଁ ୨୮ଶହ ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭୨ଟି ପଏଣ୍ଟରେ କୋଲଡ୍‌ ଚେନ୍‌ରେ ଟିକା ରଖାଯିବ। ଏଥିପାଇଁ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସାର୍ସ-କୋଭ-୨ ବା କୋଭିଡ୍‌-୧୯ର ଟିକାକରଣ ପାଇଁ ୨୫ରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ସାମିଲ କରାଯିବ ଓ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣିଆ ଟିମ୍‌ ଉପସ୍ଥିତ ରହିବେ। ଏହି ସମୟରେ କୋଭିଡ୍‌ -୧୯ର ପ୍ରୋଟକଲ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe