କଟକ: ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମ୍ୟାଚର ସୁପରିଚାଳନା ପାଇଁ ଓସିଏର ସମସ୍ତ ସଦସ୍ୟଙ୍କ ଓସିଏ ସମ୍ପାଦକ ଓ କମିଟି ମତ ଲୋଡିଥିଲେ। ଏହି ବୈଠକରେ ମେୟର, ବିଧାୟକ ଓ ବରିଷ୍ଠ କ୍ରୀଡାବିତ୍ ଯୋଗଦେଇଥିଲେ। ଖେଳାଳିଙ୍କ ଆସିବାଠୁ ଆରମ୍ଭ କରି ରହିବା ଖାଇବା, ଅଭ୍ୟାସ, ଅଫଳାଇନ ଟିକେଟ ବିକ୍ରି , ସୁରକ୍ଷା ବ୍ୟବସ୍ଥା ଆଦି ଦିଗ ଉପରେ ବିଧିବଦ୍ଧ ଭାବରେ ଆଲୋଚନା ହେଲା। ଏହାସହ କୋଭିଡ କାଳ ପରେ ଦର୍ଶକଯୁକ୍ତ ମ୍ୟାଚ ହେବା ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଲା ଓସିଏ। ତେବେ ଆଗମୀ ଦିନରେ ଆହୁରି ମ୍ୟାଚ ଯେପରି ଐତିହାସିକ ବାରବାଟୀ ଷ୍ଟାଡିଅମକୁ ଆସିପାରିବ ତାହା ଉପରେ ଏବେଠୁ ନଜର ରହିଛି ବୋଲି କହିଛନ୍ତି ବିଧାୟକ।
ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
Advertisment
Follow Us