କଟକ: ବସ୍‌ ଦୁର୍ଘଟଣାରେ ୩ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା

Advertisment
ଓଜେଇଇ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍‌ ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

Representative Image

କଟକ: ବଡମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ଣରେ ଏକ ଯାତ୍ରୀ ବସ(ଓଡି-୦୫-ଡି-୭୦୯୭) ରାସ୍ତା କଡ଼ରେ ଯାଉଥିବା ୩ଜଣଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଏକ ମୋବାଇଲ ଟାଓ୍ଵାର କମ୍ପାନିରେ କାର୍ଯ୍ୟରତ ଜଣେ କର୍ମଚାରୀ ରାସ୍ତା କଡ଼ରେ କାର ରଖି ମୋବାଇଲ ଓ ଲ୍ୟାପଟପ୍‌ ନେଇ ଟାଓ୍ଵାର ପଟକୁ ଯାଉଥିବା ବେଳେ କଟକରୁ ନରସିଂହପୁର ଯାଉଥିବା ବସଟି ଧକ୍କା ଦେଇଥିଲା। ସେହି ସମୟରେ ବାଙ୍କି ଅଞ୍ଚଳର ଆଉ ୨ଜଣ ଲୋକ ବାଇକରେ ଯାଉଥିଲେ। ବାଇକ ଆରୋହୀମାନେ ମଧ୍ୟ ବସ ଚକ ତଳେ ଚାପି ହୋଇ ଯାଇଥିଲେ। ମୃତ ୩ଜଣଙ୍କ ମଧ୍ୟରେ ଜଣଙ୍କର ନାମ ଉଦୟନାଥ ସ୍ୱାଇଁ ବୋଲି ଜଣାପଡ଼ିଛି। ବସ ଚାଳକ ଫେରାର ଥିବା ଜଣାପଡ଼ିଛି। ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ ଓ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe