ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ: ୬ ଗିରଫ

Advertisment
ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ: ୬ ଗିରଫ

କଟକ: କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମସ୍ କଲେଜ ଛକ ନିକଟରେ କଟକ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାଡ୍ ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଏହି ଗଞ୍ଜେଇ କନ୍ଧମାଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ଏହା ସହ ଗୋଟିଏ ଟାଟା ଏସି ଓ ଗୋଟିଏ ଦାମୀ କାର ମଧ୍ୟ ଜବତ କରାଯାଇଛି। ତେବେ ଗିରଫ ୬ ଜଣଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗର ହୋଇଥିବା ବେଳେ ୨ ଜଣ କନ୍ଧମାଳର ଅଛନ୍ତି।

ଏମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ। ଅବକାରୀ ବିଭାଗର ଆଖିରେ ଧୂଳି ଦେଇ ରୋଲ୍ କରି ଚାଲାଣ କରିଥିଲେ ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ବାଡ୍ ଟିମ୍ ଚଢାଉ କରି ଏହାକୁ ଜବତ କରାଯାଇଛି। ଅବକାରୀ କମିସନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚାଲାଣ ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି କଟକ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାଡ୍ ଅଧୀକ୍ଷକ ଦେବାଶିଷ ପଟେଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe