ଦୁଇଦିନରେ କଟକରୁ ୩୧ ସଂକ୍ରମିତ; ବୋସ୍‌ରୁ ୩ଜଣ, ସିଭିଲ କୋର୍ଟ ପରିସରରୁ ୩ଜଣ

Advertisment
ଏପ୍ରିଲ୍‌ ମଧ୍ୟଭାଗରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷ ଛୁଇଁବ

festo.com

କଟକ: ଦୁଇ ଦିନରେ କଟକରୁ ଚିହ୍ନଟ ହୋଇଛନ୍ତି ୩୧ଜଣ ସଂକ୍ରମିତ। ସେଥିରୁ ସହରରୁ ୨୨ଜଣ ଓ ଗ୍ରାମାଞ୍ଚଳରୁ ୯ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ ୨୯ତାରିଖରେ ଚିହ୍ନଟ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ବୋସ୍‌ କ୍ୟାମ୍ପସରୁ ୩ଜଣ , ସିଭିଲ କୋର୍ଟ ପରିସରରୁ ୩ଜଣ ଲେଖାଏ, ବାଲୁବଜାରରୁ ୨ଜଣ, ଚଣ୍ଡି ଛକରୁ ୨ଜଣ, ଚାନ୍ଦିନୀ ଚୌକ୍‌, ସିଡିଏ ସେକ୍ଟର ୧୧, ଅରୁଣୋଦୟନଗର, ମାଣିକ୍‌ଘୋଷ ବଜାରରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।

ସେହିପରି ଗ୍ରାମାଞ୍ଚଳରୁ ଆଠଗଡ଼ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୨୮ତାରିଖ ଦିନ କଟକରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସହରରୁ ୮ଚଜଣ ଚିହ୍ନଟ ହୋଇଛନ୍ତି। ବଣିଆସାହିରୁ ୨ଜଣ, ବାଦାମବାଡି, ବାଲୁବଜାର, ଜଗତ୍‌ପୁର, ଗାନ୍ଧୀପଲ୍ଲୀ, ଉପର ପୁଲିସ କଲୋନିରୁ ଜଣେ ଲେଖାଏ ଚିହ୍ନଟ ହୋଇଥିବାବେଳେ କଟକ ସଦରରୁ ୩ଜଣ, ମାହାଙ୍ଗାରୁ ୨ଜଣ ଓ ଟାଙ୍ଗୀରୁ ଜଣେ ଚିହ୍ନଟ ହୋଇଥିବା ଟୁଇଟ୍‌ ଯୋଗେ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ବୋସକୁ ମିଶାଇ କଟକରୁ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରୁ ୫୪ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe