ସିଏମସିର ଉଚ୍ଛେଦବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ଜଣ ଆହତ

Advertisment
ସିଏମସିର ଉଚ୍ଛେଦବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ଜଣ ଆହତ

କଟକ: କଟକ ରେହମାନ ଛକର ମସଜିଦ ରୋଡରେ ଆଜି ଏକ ଅଘଟଣ ଘଟିଯାଇଛି । କଟକ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ ଚାଲିଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାରିଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇଜଣ ମହାନଗର ନିଗମର ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ବାସିନ୍ଦା। ତେବେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ପ୍ରଥମ ତ ବିନା ନୋଟିସ ରେ ଆସି ଉଚ୍ଛେଦ କରିବା ଓ ପରେ ଉଚ୍ଛେଦ ସମୟରେ ବିଦ୍ୟୁତ୍ ବିଭାଗକୁ ଖବର ନ ଦେବା ହିଁ ଆଜିର ଅଘଟଣର ମୁଖ୍ୟ କାରଣ ।

ଅନ୍ୟପଟେ ଆହତମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ନିଜର ଦୁଇ ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆହତ ହୋଇଥିବା ବେଳେ ରୋଗଗ୍ରସ୍ତ ବାପା ଏବେ ବାହୁନି ବାହୁନି କାନ୍ଦୁଛନ୍ତି । ସେହିଭଳି ଅନ୍ ୱାରି ବେଗମ୍ ଙ୍କ ଘର ମଧ୍ୟ ବିଦ୍ୟୁତ୍ ତାର ଛିଡିଯିବା ଯୋଗୁ ଜଳି ଯାଇଛି। ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହାନଗର ନିଗମର ଡେପୁଟି କମିଶନର। ସେ କହିଛନ୍ତି କି ବିଭାଗର ଦୁଇଜଣ କର୍ମଚାରୀ ହିଁ କେବଳ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe