୧୯ ବର୍ଷ ପରେ ଏଥର ଯୋଡ଼ା ଆଶ୍ବିନ; ୪୫ ଦିନ କାଳ ଦେବୀପୀଠ‌‌ରେ‌ ଷୋଡ଼ଶ ଉପଚାର ପୂଜା

Advertisment

୧୯୮୨, ୨୦୦୧ ପରେ ୨୦୨୦; ପୁଣି ପଡ଼ିବ ୨୦୩୯ରେ

୧୯୮୨, ୨୦୦୧ ପରେ ୨୦୨୦; ପୁଣି ପଡ଼ିବ ୨୦୩୯ରେ

୧୯ ବର୍ଷ ପରେ ଏଥର ଯୋଡ଼ା ଆଶ୍ବିନ; ୪୫ ଦିନ କାଳ ଦେବୀପୀଠ‌‌ରେ‌ ଷୋଡ଼ଶ ଉପଚାର ପୂଜା

କଟକ: ଶକ୍ତିପୀଠରେ ଶରତକାଳୀନ ଷୋଡଶ ଉପଚାର ପୂଜା ୧୭/୧୮ଦିନ ଧରି ପାଳିତ ହେବାର ପରମ୍ପରା ରହିଛି। କିନ୍ତୁ ‌‌ଯେଉଁ ବର୍ଷ ଯୋଡ଼ା ଆଶ୍ବିନ ପଡେ ସେହିବର୍ଷ ଶକ୍ତିପୀଠରେ ମା’ଙ୍କ ଷୋଡଶ ଉପଚାର ପୂଜା ଦେଢ଼ମାସ ପର୍ଯ୍ୟନ୍ତ ଚାଲିବାର ଉଦାହରଣ ରହିଛି। କାରଣ ଶାସ୍ତ୍ର ମତରେ ଷୋଡଶ ଉପଚାର ପୂଜା ଆରମ୍ଭ ହେଲେ ତାହା ବନ୍ଦ ହୁଏ ନାହିଁ।

publive-image Wikipedia

ଚଳିତ ବର୍ଷ ଯୋଡ଼ା ଆଶ୍ବିନ ପଡ଼ୁଥିବାରୁ ମୂଳାଷ୍ଟମୀର ୯ଦିନ ପର୍ଯ୍ୟନ୍ତ (ଅର୍ଥାତ ସେପ୍ଟେମ୍ବର ୧୦ତାରିଖ ଗୁରୁବାର ମୂଳାଷ୍ଟମୀରୁ ୧୭ତାରିଖ ଗୁରୁବାର ପର୍ଯ୍ୟନ୍ତ) ଉପଚାର ପୂଜା ଓ ବେଶ ଅନୁଷ୍ଠିତ ହେବ। ଚଳିତ ମାସ ୧୮ତାରିଖ ଶୁକ୍ରବାରଠାରୁ ଅକ୍ଟୋବର ୧୬ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଯୋଡ଼ା ଆଶ୍ବିନ(ମଳ ମାସ) ଚାଲିବ। ମୂଳାଷ୍ଟମୀରୁ ଆରମ୍ଭ ହୋଇଥିବା ଷୋଡଶ ଉପଚାର କ୍ରମାଗତ ପୂଜା ହୋଇଥିବାରୁ ଶକ୍ତିପୀଠରେ ଏହା ବନ୍ଦ ନ ହୋଇ ଚାଲିବ।

publive-image Twitter

କିନ୍ତୁ ଏହି ସମୟରେ ମା’ଙ୍କ ଗୋଟିଏ ବେଶ ସହିତ ଉପଚାର ପୂଜା ପାଳିତ ହେବ। ଅସଲି ଖଡିରତ୍ନ ପାଞ୍ଜିର ଗଣନାକାର ଇଞ୍ଜିନିୟର ଦେବଦର୍ଶୀ ଖଡିରତ୍ନଙ୍କ କହିବା ଅନୁସାରେ, ପୂର୍ବରୁ ୧୯୮୨ମସିହାରେ, ୨୦୦୧ମସିହାରେ ଯୋଡା ଆଶ୍ବିନ ପଡ଼ିଥିଲା ବେଳେ ଚଳିତ ବର୍ଷ ମଧ୍ୟ ଏହି ଯୋଡା ଆଶ୍ବିନ(ମଳ ମାସ) ପଡ଼ିଛି। ଭବିଷ୍ୟତରେ ୨୦୩୯ରେ ମଧ୍ୟ ଯୋଡ଼ା ଆଶ୍ବିନ ପଡ଼ିବ। ଏସବୁ ବ‌ର୍ଷରେ ଶକ୍ତିପୀଠରେ ଷୋଡଶ ଉପଚାର ପୂଜା ପାଖାପାଖି ଦେଢ଼ ମାସ ଧରି ଚାଲିବାର ବିଧି ରହିଛି ବୋଲି ଇଞ୍ଜିନିୟର ଦେବଦର୍ଶି ଖଡିରତ୍ନ କହିଛନ୍ତି। ଚଳିତ ବ‌ର୍ଷ ଷୋଡଶ ଉପଚାର ପୂଜା ସେପ୍ଟେମ୍ବର ୯ତାରିଖ ଦୁର୍ଗା ଉତ୍‌ଥାପନ,୧୦ ତ‌ାରିଖ ଗୁରୁବାର ଶୁଦ୍ଧ ଆଶ୍ବିନ କୃ‌ଷ୍ଣପକ୍ଷ ଅଷ୍ଟମୀ(ମୂଳାଷ୍ଟମୀ)ରୁ ପୂଜା ଆରମ୍ଭ ହୋଇ ଅଧିକ ଅଶ୍ବିନ ସହିତ ଶୁଦ୍ଧ ଆଶ୍ବିନ ଶୁକ୍ଲପକ୍ଷ ଦଶମୀ ଅକ୍ଟୋବର ୨୬ତାରିଖ ସୋମବାର ମୃଣ୍ମୟୀ ବିଜୟା ଦଶମୀ ଓ ଅପରାଜିତା ହୋମରେ ପୂଜା ‌ସମାପ୍ତ ହେବ। ଚଳିତ ବର୍ଷ ପାଖାପାଖି ଦେଢ଼ ମାସ ପୂଜା ଅନୁ‌ଷ୍ଠିତ ହେବ ବୋଲି ଇଞ୍ଜିନିୟର ଦେବଦର୍ଶୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe