ପୁଲିସ ପ୍ରତିଷ୍ଠା ଦିବସରେ ୪୮ ପୁଲିସ କର୍ମଚାରୀଙ୍କୁ ମିଳିବ, ମରଣୋତ୍ତର ସମ୍ମାନ ‘ଡିଜିପି ଡିସ୍କ୍’

ନକ୍ସଲ ମୁକାବିଲାରେ ପ୍ରାଣ ହରାଇ ଥିଲେ ଦୁଇ ଏସ୍‌ଓଜି କମାଣ୍ଡୋ, କ‌ରୋନାରେ ପ୍ରାଣ ହରାଇଥିଲେ ୪୬

ପୁଲିସ ପ୍ରତିଷ୍ଠା ଦିବସରେ ୪୮ ପୁଲିସ କର୍ମଚାରୀଙ୍କୁ ମିଳିବ, ମରଣୋତ୍ତର ସମ୍ମାନ ‘ଡିଜିପି ଡିସ୍କ୍’

The Sentinel Assam

କଟକ: ଆସନ୍ତା ଏପ୍ରିଲ ପହିଲାରେ ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ୪୮ ଜଣ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମରଣୋତ୍ତର ଆରକ୍ଷୀ ମହାନିର୍ଦ୍ଦେଶକ ପଦକ (ଡିଜିପି ଡିସ୍କ୍) ପ୍ରଦାନ କରାଯିବ। ନକ୍ସଲ ଦମନ ଅଭିଯାନରେ ସାହାସିକତା ପ୍ରଦର୍ଶନ କରି ସହିଦ ହୋଇଥିବା ଦୁଇ ଏସ୍‌ଓଜି କମାଣ୍ଡୋ ଦେବାଶିଷ ସେଠୀ ଓ  ସୁଧୀର କୁମାର ଟୁଡୁଙ୍କୁ ମରଣୋତ୍ତର ଆରକ୍ଷୀ ମହାନିର୍ଦ୍ଦେଶକ ପଦକ(ଡିଜିପି ଡିସ୍କ୍) ପ୍ରଦାନ କରାଯିବ। ଏହି ଦୁଇ ଏସଓଜି କମାଣ୍ଡୋ ୨୦୨୦ ସେପ୍ଟେମ୍ବର ୯ ତାରିଖରେ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ଅନ୍ତର୍ଗତ ସିରିକ୍ ଗାଁ ନିକଟସ୍ଥ ବେଲଘର ଜଂଗଲରେ ନକ୍ସଲମାନଙ୍କ ସହିତ ମୁକାବିଲା କରିବା ସମୟରେ ସହିଦ ହୋଇଥିଲେ। ଏଥିସହିତ ମହାମାରୀ କରୋନା ମୁକାବିଲାରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ୪୬ଜଣ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ମରଣୋତ୍ତର ଭାବେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ (ଡିଜିପି ଡିସ୍କ୍) ପ୍ରଦାନ କରାଯି। ମରଣୋତ୍ତର ସମ୍ମାନ( ଡିଜିପି ଡିସ୍କ୍) ପାଇବାକୁ ଥିବା କରୋନା ଯୋଦ୍ଧାମାନେ ହେଲେ ମୟୁରଭଞ୍ଜର ଅତିରିକ୍ତ ଏସପି ପଦବିରେ କାମ କରୁଥିବା ଅଶୋକ କୁମାର ପଟ୍ଟନାୟକ, ବଲାଙ୍ଗୀର ଇନ୍ସପେକ୍ଟର ବିଜୟାନନ୍ଦ କର୍କରା, କୋରାପୁଟର ପୀତବାସ ଧରୁଆ,  ରାୟଗଡାର ରାଜେନ୍ଦ୍ର କୁମାର ଦେହୁରୀ,  କଟକର ଏସ.ଆଇ ନିମାଇଁ ଚନ୍ଦ୍ର ମହାପାତ୍ର, ଝାରସୁଗୁଡାର  ରାଜକିଶୋର ସମାଦ,  ଢେଙ୍କାନାଳର ଡ୍ରିଲ ଏସ୍.ଆଇ ପ୍ରାଣବନ୍ଧୁ ସେଠୀ, ୟୁପିଡି କଟକର ଏସ.ଆଇ ନୃସିଂହଚରଣ ସ୍ବାଇଁ

କୋରାପୁଟର ଡ୍ରିଲ୍ ଏସ୍.ଆଇ ସର୍ବେଶ୍ବର ପ୍ରଧାନ, ଯାଜପୁରର ଡେପୁଟି ସୁବେଦାର ପ୍ରଭାକର ପରିଡା, ଝାରସୁଗୁଡା ଓଏସଏପି-୨ ବାଟାଲିୟନର ଡେପୁଟି ସୁବେଦାର ଡାଇମଣ୍ଡ ତମାଙ୍ଗ,  ଅନୁଗୁଳର ଏ.ଏସ.ଆଇ ଭଗବାନ ଭୁକ୍ତା, ବରଗଡର ମନୋଜ କୁମାର ହୋତା, ବ୍ରହ୍ମପୁରର କୃଷ୍ଣଚନ୍ଦ୍ର ମଣ୍ଡଳ, କଟକର ମଦନମୋହନ କାର୍ଜୀ, ଗଂଜାମର ରବୀନ୍ଦ୍ରନାଥ ବେହେରା,ଶିବରାମ ଦାସ, କନ୍ଧମାଳର ମହାଜନ ପ୍ରଧାନ, ସୁବାସ ଚନ୍ଦ୍ର ସାହୁ, ଖୋର୍ଦ୍ଧାର ମୁରଲୀଧର ବଳିୟାର ସିଂହ, ନୟାଗଡର ରବୀନ୍ଦ୍ର କୁମାର କବି,  ପୁରୀର ଗଂଗାଧର ସେଠୀ, ୟୁପିଡି ଭୁବନେଶ୍ବରର ଶିଶିର କୁମାର ସେଠୀ, ବ୍ରଜ କିଶୋର ଦଳାଇ, ରାଉରକେଲାର ଡ୍ରାଇଭର(ହାବିଲଦାର) ବେଲହାମ ମିଂଜ, କୋରାପୁଟର ହାବିଲଦାର ପ୍ରଫୁଲ୍ଲ କୁମାର ଖଣ୍ଡୁଆଳ, ରାଉରକେଲାର ନାରାୟଣ ଚନ୍ଦ୍ର ସେଠୀ, ବାଲେଶ୍ବରର କନେଷ୍ଟବଳ ଅଜୟ କୁମାର ମାଝି, ବ୍ରହ୍ମପୁରର ଜିତେନ୍ଦ୍ର ପ୍ରଧାନ, ଗଂଜାମର ଗୋଲଖ ନାୟକ, ରଙ୍ଗନିଧି ପ୍ରଧାନ, କନ୍ଧମାଳର ଉନେଶ କୁମାର ନାୟକ, ବଳି କହଁର, ନୂଆପଡାର ଶଙ୍କର ଦାଶ, କୃଷ୍ଣଚନ୍ଦ୍ର ମାଝୀ,  ପୁରୀର ଶୁଭ୍ରାଂଶୁ ଶେଖର ପ୍ରଧାନ, ଉମେଶ ସେଠୀ, ସିଦ୍ଧାର୍ଥ ଶଙ୍କର ଦାଶ, ସମ୍ବଲପୁରର ପତ୍ରାଶ ଟିଗା, ଏସଆରପି ରାଉରକେଲାର ଶ୍ରୀମନ୍ତ କୁମାର ପାତ୍ର, ୟୁପିଡି ଭୁବନେଶ୍ବରର ଆଶିଷ ମହାକୁଲ, ୟୁପିଡି କଟକର ବାବୁଲି ଲେଙ୍କା, ଦିବାକର ସେଠୀ, ଭଦ୍ରକର ଆସିଣ୍ଟାଣ୍ଟ୍ ଡ୍ରାଇଭର ବିଭୂତି କୁମାର ସାହୁ, ପିଏମଟି କଟକର ତାପସ କୁମାର ରାଉତରାୟ ଓ ନୟାଗଡର ଓଏପିଏଫ ଭାବେ କାମ କରୁଥିବା ସନ୍ତୋଷ ବେହେରାଙ୍କୁ କରୋନ‌ା ମୁକାବିଲାରେ ମୃତ୍ୟୁବରଣ କରିଥିବାରୁ ଡିଜିପି ଡିସ୍କ୍ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe