ପୁଣି କଳା ପଲ୍‌ସର ଆତଙ୍କ; ମହିଳାଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ

Advertisment
ଧରାପଡ଼ିଲା ବାଇକ୍‌ ଲୁଟେରା ଦିଗ୍‌ବିଜୟ: ୯ ବାଇକ୍‌ ଜବତ, ବନ୍ଧକ ରଖି ଫସିଲେ

Odisha Bytes

କଟକ: ବାଲିଅନ୍ତା ଥାନା ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି। ଆଜି ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କଠାରୁ ଦୁଇ ଜଣ ଯୁବକ ୫ଲକ୍ଷ ଟଙ୍କା ଛଡ଼ାଇନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ସୁଜାତା ଜେନା ନିଜର ଘର ନିର୍ମାଣ କରୁଥିଲାବେଳେ ଅଧିକ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ତ୍ରିନାଥବଜାରସ୍ଥିତ ଇଣ୍ତିଆନ ଓଭରସିଜ ବ୍ୟାଙ୍କକୁ ଯାଇଥିଲେ। ସେଠାରେ ସେ ନିଜ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଉଠାଇଥିଲେ।

ସେହି ସମୟରେ ଜଣେ ବ୍ୟାଙ୍କ କର୍ମଚାରୀ ଟଙ୍କା ଲୁଟ ହେବା ଆଶଙ୍କା କରି ତାଙ୍କୁ ଏକୁଟିଆ ଆସିଛନ୍ତି କି ବୋଲି ପଚାରିଥିଲେ। ସୁଜାତା ନିଜ ନିର୍ମାଣାଧିନ ଘର ନିକଟରେ ପହଞ୍ଚିବା ପୂର୍ବରୁ ଦୁଇ ଜଣ ବାଇକ ଆରୋହୀ ତାଙ୍କ ନିକଟରେ ପହଞ୍ଚି ଥିଲେ। ଜଣେ ବାଇକକୁ ଷ୍ଟାଟ କରି ସେଥିରେ ବସିଥିଲା ବେଳେ ଅନ୍ୟ ଜଣେ ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ପାହାଳ ଫାଣ୍ତିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି। ତେବେ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe