ଭୁବନେଶ୍ୱର : କଟକ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୧୧୧ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳ(ସିଏମସି) ରେ ୫୪ ଜଣ ଅଛନ୍ତି । ଏହାକୁ ମିଶାଇ ସିଏମସି ଅଞ୍ଚଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪,୨୨୦କୁ ବୃଦ୍ଧି ପାଇଛି ।
ସିଏମସି ପକ୍ଷରୁ ଟ୍ଵିଟ କରି ଦିଆଯାଇଥିବା ସୂଚନା ଅନୁସାରେ ଚିହ୍ନଟ ୫୪ଟି ମାମଲା ମଧ୍ୟରୁ ୨୦ଟି ସରକାରୀ ସଂଗରୋଧ କେନ୍ଦ୍ରରୁ ଥିବାବେଳେ ୨୫ ଟି ମାମଲା ସ୍ଥାନୀୟ ସଂକ୍ରମଣ ରହିଛି । ଚିହ୍ନଟ ହୋଇଥିବା ଅବଶିଷ୍ଟ ୯ ଟି ମାମଲା ଗୃହ ସଂଗରୋଧରୁ ଚିହ୍ନଟ ହୋଇଛି । ତେବେ ଗତ ୨୪ ଘଣ୍ଟାରେ ସହରରେ ଜଣେ ୫୯ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ସିଏମସି ଅଞ୍ଚଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ ଓ ମୃତ୍ୟୁସଂଖ୍ୟା ୬୬ ରହିଛି । ସହରରେ ଏପର୍ଯ୍ୟନ୍ତ ପ୍ରାୟ ୧୩,୨୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ସହରରେ ପ୍ରାୟ ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସିଏମସି ପକ୍ଷରୁ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/10/cmc-2.jpg)