କିଶୋରନଗର : ଏକ ତରଫା ପ୍ରେମରୁ କିଶୋରନଗର ଥାନା ମାଣିକପୁର ଗାଁର କେଶବ ପ୍ରଧାନଙ୍କ ପୁଅ ରୋହିତ ପ୍ରଧାନଙ୍କୁ ହତ୍ୟା ଘଟଣାରେ ପୁଲିସ ଆଜି ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଣିକପୁର ଗାଁର ଅଜିତ୍ ସାହୁ(୨୪), ଆଜିତ୍ର ବାପା ଦେବାଙ୍କନ ସାହୁ(୪୪), ଅଜିତ୍ର ମଉସା ଆଠମଲ୍ଲିକ ଥାନା ସିଆରିନନ୍ଦିର ଅଞ୍ଚଳର ଖଗେଶ୍ୱର ବେହେରା(୩୬), ବ୍ରଜରାଜନଗର ଥାନା ରେମେଜା ଗାଁର ଧୀରେନ୍ଦ୍ର ସାହୁ(୩୦), ଅଜିତ୍ର ସାଙ୍ଗ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଭଗାମୁଣ୍ଡା ଗାଁର ଚନ୍ଦ୍ରଭାନୁ ନାଏକ(୩୭) ଓ ମାଣିକପୁର ଗାଁର ବିଶ୍ୱନାଥ ମୁନା(୨୮)।
ଏକତରଫା ପ୍ରେମରୁ ହତ୍ୟାକାଣ୍ଡ : ୬ ହତ୍ୟା ଅଭିଯୁକ୍ତ ଗିରଫ
Advertisment
Follow Us