କୋଭିଡ୍‌ ନିୟମ ଭାଙ୍ଗି ଦେଲେ ୬୧ ହଜାର ଟଙ୍କା ଜରିମାନା; ସିଲ୍‌ ହେଲା ଚୌଧୁରୀବଜାରସ୍ଥିତ ଓମ୍‌ଫେଡ୍‌ ପାର୍ଲର

କୋଭିଡ୍‌ ନିୟମ ଭାଙ୍ଗି ଦେଲେ ୬୧ ହଜାର ଟଙ୍କା ଜରିମାନା; ସିଲ୍‌ ହେଲା ଚୌଧୁରୀବଜାରସ୍ଥିତ ଓମ୍‌ଫେଡ୍‌ ପାର୍ଲର

କଟକ: ମହାନଗର ନିଗମ ପକ୍ଷରୁ ଗତକାଲି ସହରର ବିଭିନ୍ନ ସ୍ଥାନରେ କୋଭିଡ୍‌ ନିୟମ ପାଳନକୁ ନେଇ ଚଢ଼ଉ କରାଯାଇଛି। ଆଜି ଗୋଟିଏ ଦିନରେ ସିଏମସି ପକ୍ଷରୁ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ବାବଦରେ ୬୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହାସହିତ ଏକ ଓମଫେଡ୍‌ ପାର୍ଲରକୁ ସିଲ୍‌ କରାଯାଇଛି। ଦିନ ୧୧ଟାରେ ମଙ୍ଗଳାବାଗ ଓ ରାଣୀହାଟ ଅଞ୍ଚଳରେ ଥିବା ସନ୍‌ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରୁ ୭ ହଜାର, ଓମ୍‌ ଶୁଭମ୍ ହସ୍ପିଟାଲରୁ ୫ ହଜାର, କାଠଗୋଲାସାହିସ୍ଥିତ ଗୁଡ୍‌ଲକ୍‌ ହସ୍ପିଟାଲରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା।

ସେହିପରି ସଂଧ୍ୟା ସମୟରେ ବାଲୁବଜାର, ଚୌଧୁରୀ ବଜାର, ଚାନ୍ଦିନୀଚୌକ୍‌ ଆଦି ଅଞ୍ଚଳରେ ଚଢଉ କରାଯାଇ ଜରିମାନା ଆଦାୟ କରାଯିବା ସହିତ ଚୌଧୁରୀ ବଜାର ସ୍ଥିତ ଶରତ ଓମେଫେଡ ପାର୍ଲରକୁ ସିଲ୍‌ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମଙ୍ଗଳାବାଗ, ଲାଲବାଗ, ଦରଘାବଜାର ଥାନା ପୁଲିସ ସହିତ ସିଏମସି ଓ ସିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସହରରେ ସିଏମସି ଓ ସିଡିଏ ପକ୍ଷରୁ ମିଳିତ ଭାବେ ଏହି ଚଢଉକୁ ଜୋରଦାର କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe