କରୋନା କବଳରୁ ବାଦ୍‌ ପଡ଼ିଛି କଟକ ଜିଲ୍ଲାର ୬୩୦ ଗାଁ

Advertisment

ରେଡ୍‌ ଜୋନ୍‌ରେ ୪୧, ଅରେଞ୍ଜ ଜୋନ୍‌ରେ ୧୦୯ ଗାଁ; ୧୧୧ଜଣଙ୍କ ଜୀବନ ନେଲାଣି କରୋନା

ରେଡ୍‌ ଜୋନ୍‌ରେ ୪୧, ଅରେଞ୍ଜ ଜୋନ୍‌ରେ ୧୦୯ ଗାଁ; ୧୧୧ଜଣଙ୍କ ଜୀବନ ନେଲାଣି କରୋନା

କରୋନା କବଳରୁ ବାଦ୍‌ ପଡ଼ିଛି କଟକ ଜିଲ୍ଲାର ୬୩୦ ଗାଁ

Sambad

କଟକ: କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ୍‌, ପଂଚାୟତରେ କରୋନା ସ୍ଥିତିକୁ ନେଇ ଏକ ଚାର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଠି ଗ୍ରିନ୍‌, ରେଡ୍‌, ୟେଲୋ ଓ ଅରେଞ୍ଜ୍‌ ଜୋନ ସହ କେଉଁ ଗାଁକୁ ୨ୟ ଲହରର କରୋନା ବର୍ତ୍ତମାନ ସୁଦ୍ଧା ଛୁଇଁନି ତା’ର ଏକ ରିପୋର୍ଟ କରାଯାଇଛି। ଯେଉଁଠି କଟକ ଜିଲ୍ଲାର ୧୯୬୫ ଗାଁରୁ ୬୩୦ ଗାଁକୁ ବର୍ତ୍ତମାନ ସୁଦ୍ଧା ଛୁଇଁ ନଥିବାବେଳେ ନରସିଂହପୁରର ସର୍ବାଧିକ ଶହେ ଉପରେ ଗାଁକୁ କରୋନା ଛୁଇଁ ନଥିବା ପ୍ରଶାସନ ତଥ୍ୟରୁ ଜଣାପଡ଼ିଛି। ସେହିପରି ଯେଉଁ ଗାଁରେ ୧୦ଦିନ ଭିତ‌ରେ ୧୦ରୁ ଅଧିକ ସକ୍ରିୟ ସକ୍ରମିତ ରହିଛନ୍ତି ସେଭଳି ଗାଁକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଜିଲ୍ଲାର ୪୧ ଗାଁ ରେଡ୍‌ ଜୋନରେ ଥିବାବେଳେ କଟକ ସଦର ଓ ଆଠଗଡ଼ରେ ସର୍ବାଧିକ ୧୦ଟି ଲେଖାଏ ଗାଁ ରେଡ୍‌ ଜୋନରେ ରହିଛି। ଅରେଞ୍ଜ୍‌ ଜୋନରେ ଥିବା ୧୦୯ ଗାଁ ଭିତରୁ କଣ୍ଟାପଡ଼ାରେ ୧୯, ବାରଙ୍ଗରେ ୧୪ ଓ ନରସିଂହପୁରରେ ୧୦ଟି ଗାଁ ରହିଛି। ସେହିପରି ଗ୍ରିନ୍‌ ଜୋନ୍‌ରେ ୪୯୦, ୟେଲୋ ଜୋନରେ ୬୯୪ ଗାଁ ରହିଛନ୍ତି। ୨ୟ ଲହରରେ ବର୍ତ୍ତମାନ ସୁଦ୍ଧା ଗାଁରୁ ୧୦ହଜାର ୮୪୧ ଜଣ ସଂକ୍ରମିତ ହୋଇଥିବାବେଳେ ୭୭୧୮ଜଣ ସୁସ୍ଥ ହୋଇଥିବା ଓ ବର୍ତ୍ତମାନ ୩୦୧୩ଜଣ ସକ୍ରୀୟ ସଂକ୍ରମିତ ରହିଛନ୍ତି।

୧୨୨୦ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ୧୧୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନିଶ୍ଚିନ୍ତକୋଇଲି ଓ ସାଲେପୁରରେ ସର୍ବାଧିକ ୧୪ ଜଣ ଲେଖାଏ, କଟକ ସଦରରେ ୧୨, ବାଙ୍କୀ-ଡମପଡ଼ାରେ ୧୧, ବଡ଼ମ୍ବାରେ ୧୦, ବାରଙ୍ଗରେ ୯, ନରସିଂହପୁରରୁ ୮, କଣ୍ଟାପଡ଼ାରୁ ୭, ନିଆଳିରୁ ୬, ମାହାଙ୍ଗାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା‌ ପ୍ରଶାସନ କରିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କଟକର ଗ୍ରାମାଞ୍ଚଳରେ ସଂକ୍ରମଣ ସ୍ଥିତି କିପରି କମିବ ସେଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe