କଟକ: ମାହାଙ୍ଗା ଥାନ ଅନ୍ତର୍ଗତ ଛତରତୋଟା ଅଞ୍ଚଳରେ ରାସ୍ତା ଶିଳାନ୍ୟାସକୁ ବିରୋଧ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଶନିବାର ବିଜେପିର ୭ଜଣଙ୍କୁ ଅଟକ ରଖିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ୱାରା ୧୯ଲକ୍ଷ ଟଙ୍କାରେ ନିର୍ମିତ ରାସ୍ତାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିବା ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ସୂଚନା ପାଇଁ ପୁଲିସ ବିଜେପି କର୍ମୀମାନଙ୍କୁ ଅଟକ ରଖିଛି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୭ଜଣଙ୍କୁ ଅଟକ ରଖିଛି।
ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ୭ କର୍ମୀ ଅଟକ
Advertisment
Follow Us