କଟକରୁ ୭୨୦ ନୂଆ ସଂକ୍ରମିତ, ୯୬୭ ସୁସ୍ଥ

Advertisment

ଆଣ୍ଟିଜେନ୍ ପରୀକ୍ଷାରେ ଏବେ ବି ୧୬ ପ୍ରତିଶତ ଉପରେ ସଂକ୍ରମଣ ହାର

ଆଣ୍ଟିଜେନ୍ ପରୀକ୍ଷାରେ ଏବେ ବି ୧୬ ପ୍ରତିଶତ ଉପରେ ସଂକ୍ରମଣ ହାର

ଦେଶରେ ୩୮୭୯୨ ନୂଆ ଆକ୍ରାନ୍ତ, ୬୨୪ ମୃତ

tvo.org

କଟକ: କଟକରେ ଏବେ ଲଗାତର ଭାବେ ସହର ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ରହୁଛି ସଂକ୍ରମଣ ସଂଖ୍ୟା। ଆଠଗଡ଼, ଟାଙ୍ଗୀ, ନରସିଂହପୁର ଦିନକୁ ଦିନ ହଟ୍‌ସ୍ପଟ୍‌ ହେବାରେ ଲାଗିଛି। କଟକରେ ୭୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସହରରୁ ୨୫୭ ଓ ଗ୍ରାମାଞ୍ଚଳରୁ ୪୪୨ ଜଣ ଅଛନ୍ତି। ଶୁକ୍ରବାର ଦିନ ୯୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶୁକ୍ରବାର କଟକରେ ୩୪୯୨କରୋନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୭୫୯ଟି ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ସେଥିରୁ  ୪୬୧ଜଣ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅର୍ଥାତ ଏବେ ବି ସଂକ୍ରମଣ ହାର ୧୬ ପ୍ରତିଶତ ଉପରେ ରହିଛି।

ସହରରେ ଚିହ୍ନଟ ୨୫୭ଜଣଙ୍କ ମଧ୍ୟରୁ ସିଡିଏର ବିଭିନ୍ନ ସେକ୍ଟରରୁ ୩୦ଜଣ, ଚାଉଳିଆଗଞ୍ଜରୁ ୧୪, ବକ୍ସିବଜାରରୁ ୧୦, ଜଗତ୍‌ପୁରରୁ ୧୨, ଯୋବ୍ରାରୁ ୧୧ଜଣ ଓ ବିଭିନ୍ନ ଅଞ୍ଚଳରୁ ଅନ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଇଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନ୍‌ରୁ ୫୧, ଗୃହ ସଙ୍ଗରୋଧରୁ ୧୩୮ ଓ ସ୍ଥାନୀୟ ସଂକ୍ରମଣରୁ ୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଗ୍ରାମାଞ୍ଚଳରୁ ୪୪୨ଜଣ ସଂକ୍ରମିତଙ୍କ ମଧ୍ୟରୁ  ଆଠଗଡ଼ରୁ ସର୍ବାଧିକ ୬୩, କଟକ ସଦରରୁ  ୫୦, ବଡ଼ମ୍ବାରୁ ୨୧, ବାଙ୍କୀରୁ ୧୩, ବାରଙ୍ଗରୁ ୩୦, ଚୌଦ୍ବାରରୁ ୧୮, ଡମପଡାରୁ ୬,  କଣ୍ଟାପଡାରୁ ୯, ମାହାଙ୍ଗାରୁ ୪୯, ନରସିଂହପୁରରୁ ୨୨, ନିଆଳିରୁ ୨୩, ନିଶ୍ଚିନ୍ତକୋଇଲି ୩୫, ସାଲେପୁରରୁ ୩୦, ଟାଙ୍ଗୀରୁ ୫୧, ତିଗିରିଆରୁ ୨୨ ଓ ଅନ୍ୟଜିଲ୍ଲାରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଆଣ୍ଟିଜେନ ପରୀକ୍ଷାରୁ ଚିହ୍ନଟ ୪୬୧ ଜଣଙ୍କ ମଧ୍ୟରେ ଆଠଗଡ଼ରୁ ୬୧, ବାଙ୍କୀରୁ ୨୩, ସାଲେପୁରରୁ ୩୪,  ଟାଙ୍ଗୀ ୨୯, ତିଗିରିଆ ୪, ଡମପଡାରୁ ୧, କଣ୍ଟାପଡାରୁ ୧୩, ମାହାଙ୍ଗାରୁ ୧୫, ବାରଙ୍ଗରୁ ୧୯, ବଡମ୍ବା୧୨, ନରସିଂହପୁର ୨୭, ନିଶ୍ଚନ୍ତକୋଇଲି ୨୫, ସଦର ୧୧, ନିଆଳି ୨୬,  ‌ରେଲୱେ ‌େଷ୍ଟସନରେୁ  ୪, ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୨, ଚାଉଳିଆଗଞ୍ଜ ସ୍ବାସ୍ଥ୍ୟ କେନ୍ଦ୍ରରୁ ୯ ଜଣ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe