କଟକ ସୂତାହାଟରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ଭିନ୍ନକ୍ଷମ ମହିଳା

କଟକ ସୂତାହାଟରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ଭିନ୍ନକ୍ଷମ ମହିଳା

କଟକ: କଟକ ଜିଲ୍ଲା କଟକ ସହରରେ ଥିବା ସୂତାହାଟ ଖ୍ରୀଷ୍ଟିଆନ ସାହିରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ତେବେ ଘରେ କେମିତି ନିଆଁ ଲାଗିଲା ତାହା ଜଣାପଡିନଥିବାବେଳେ ଘରେ ଥିବା ଜଣେ ଭିନ୍ନକ୍ଷମ ଯୁବତୀ ଜିଅନ୍ତା ଜଳି ଯାଇଛନ୍ତି। ମୃତା ଯୁବତୀ ହେଲେ ଲତିଫ ହାସିମ। ସ୍ଥାନୀୟ ଦମକଳ ବାହିନୀ ଖବରପାଇ ନିଆଁକୁ ଆୟତ୍ତ କରିଛି। ତେବେ ଘରେ ହଠାତ ନିଆଁଲାଗିଯାଇଥିବାବେଳେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।

ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା‌େଳେ ଘରେ ଥିବା ଯୁବତୀ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ତାଙ୍କ ପିତାମାତା ଘରେ ତାଲା ପକାଇ କୁଆଡ଼େ ବାହାରକୁ ଯାଇଥିଲେ। ତେଣୁ ଉକ୍ତ ଝିଅକୁ ଉଦ୍ଧାର କରିବାରେ ବିଳମ୍ବ ହେବାରୁ ତାଙ୍କ ଜୀବନ ଯାଇଥିବା କୁହାଯାଉଛି। ପିତାମାତାଙ୍କ କହିବାନୁଯାୟୀ ଝିଅ ମାନସିକ ଅନଗ୍ରସର ହୋଇଥିବାରୁ ତାଙ୍କୁ ଏକା ଛାଡି ବାହାରକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଛି। ସର୍ଟସର୍କିଟରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe