ଶିଶୁ ଅପପୁଷ୍ଟି ଶିକାର ଘଟଣା, ଶିଶୁଭବନରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ

ଶିଶୁ ଅପପୁଷ୍ଟି ଶିକାର ଘଟଣା, ଶିଶୁଭବନରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ

Sambad

କଟକ: ନୂଆବଜାର ନେହରୁ ପଲ୍ଲୀରେ ଅପପୁଷ୍ଟିର ଶିକାର ହୋଇଥିବା ୩ ଶିଶୁଙ୍କ ଘଟଣା ସହରରେ ଚର୍ଚ୍ଚା ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ସାନ ଝିଅକୁ ଶିଶୁଭବନରେ ଭର୍ତ୍ତି କରିବାକୁ ବସୁନ୍ଧରାକୁ ନିର୍ଦ୍ଦେଶ ଦିଆଯାଇଛି। ୬ ମାସର ସାନ ଝିଅ ପୂଜା ଏବେ ବସୁନ୍ଧରାରେ ଥିବା ସ୍ପେଶାଲ ଆଡପସନ୍ ୟୁନିଟରେ ରହିଛି। ତେବେ ତା’ର ସ୍ବାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଶିଶୁଭବନରେ ଥିବା ଅପପୁଷ୍ଟି ଶିଶୁ ରୋଗୀଙ୍କ ସ୍ବତନ୍ତ୍ର ୟୁନିଟରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ନେହରୁ ପଲ୍ଲୀରେ ରହୁଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ତେନ୍ତୁଲିର ରାଜେଶ ବିରୁଆ ତାଙ୍କ ପତ୍ନୀ ଲକ୍ଷ୍ମୀ ବିରୁଆଙ୍କ ଯକ୍ଷ୍ମାରେ ମୃ୍ତ୍ୟୁ ହୋଇଥିବା ବେଳେ ତିନି ପୁଅ ଝିଅ ଓ ବୁଢ଼ା ବାପା ମା ଖାଇବାକୁ ନପାଇ ଡହଳବିକଳ ହେଉଛନ୍ତି। ଏହି ତିନି ଭାଇ ଭଉଣୀ ବୁଧବାର ନେହରୁ ପଲ୍ଲୀ ନିକଟରେ ଥିବା ଏକ ପଡ଼ିଆରେ ଜମିଥିବା ବର୍ଷା ପାଣି ପିଉଥିବା ଘଟଣା ସାମନାକୁ ଆସିଥିଲା।

ପୂଜା ଏବେ ବସୁନ୍ଧରାରେ ଥିବା ବେଳେ ତାର ଦୁଇ ଭାଇ ଭଉଣୀଙ୍କ ସମେତ ବାପା ଓ ଜେଜେ, ମାଙ୍କୁ ଶୁକ୍ରବାର ସିଡବ୍ଲୁସିରେ ହାଜର କରିବାକୁ ସିଡବ୍ଲୁସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଶିଶୁ କେଉଁ ପରିସ୍ଥିତିରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଗଲେ ନାହିଁ, ଯାହା ଫଳରେ ଖାଦ୍ୟର ଅଭାବ ଯୋଗୁଁ ଅପପୁଷ୍ଟିର ଶିକାର ହେଲେ, ସେ ନେଇ ସିଡିପିଓଙ୍କୁ ଚିଠି ଲେଖାଯାଇଛି। ସିଡିପିଓ ଏହି ଘଟଣାର ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସିଡବ୍ଲୁସି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe