ମହିଳାଙ୍କୁ ଅସଦାଚରଣ; ୧୦ ଦିନ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ

Advertisment
ମହିଳାଙ୍କୁ ଅସଦାଚରଣ; ୧୦ ଦିନ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ

The New Indian Express

କଟକ: ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଜଣେ ମହିଳାଙ୍କୁ ଗାଧୁଆ ଘରେ ତାଙ୍କ ଦିଅର ଅସଦାଚରଣ କରିଥିବା ଓ ତାଙ୍କ ସୁନା ଚେନ ଛିଡାଇ ନେଇଥିବା ସଂପର୍କରେ ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିଛି। କିନ୍ତୁ ଘଟଣାର ୧୦ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଭଳି ସ୍ଥିତିରେ ସଂପୃକ୍ତ ମହିଳା ନିଜକୁ ଅସୁରକ୍ଷିତ ମନେ କରିବା ସହିତ ଅଧିକ ଅଘଟଣ ଆଶଙ୍କା କରୁଛନ୍ତି। କିନ୍ତୁ ପୁଲିସ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ, ପୁରୀଘାଟ ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ଅଞ୍ଚଳର ଜଣେ ୪୦ ବର୍ଷିୟା ମହିଳା ଗଲା ନଭେମ୍ବର ୨୪ ତାରିଖ ସକାଳ ପ୍ରାୟ ୮ଟା ବେଳେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଦିଅର ଗାଧୁଆ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ମହିଳା ଜଣକ ଚିତ୍କାର କରିବାରୁ ସଂପୃକ୍ତ ଦିଅର ତାଙ୍କ ସୁନା ଚେନ୍‌ ଛିଣ୍ତାଇ ନେବା ସହିତ ହତ୍ୟା ଧମକ ଦେଇଥିଲେ। ଦିଅର ଓ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ସମ୍ପୃକ୍ତ ମହିଳାଙ୍କୁ ନିର୍ଯାତନା ଦେଇଆସୁଥିବା ମଧ୍ୟ ଏତଲାରେ ଦର୍ଶା ଯାଇଛି। ଅନ୍ୟପଟେ ନିର୍ଦ୍ଦିଷ୍ଟ ଭାବେ ମହିଳା ଜଣକ ଯେଉଁ ଅଭିଯୋଗ ଆଣିଛନ୍ତି, ତାହାର ସତ୍ୟାସତ୍ୟକୁ ନେଇ ତଦନ୍ତ ଚାଲିଥିବା ପୁରୀଘାଟ ଥାନା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe