ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନକୁ ଦଶ ବର୍ଷ; ଶୀତଳ ଭଣ୍ଡାରରେ ପୁରୁଣା ଜେଲ ମ୍ୟୁଜିୟମ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନକୁ ଦଶ ବର୍ଷ; ଶୀତଳ ଭଣ୍ଡାରରେ ପୁରୁଣା ଜେଲ ମ୍ୟୁଜିୟମ ପ୍ରକଳ୍ପ

Sambad

କଟକ: କଟକର ଦରଘା ବଜାରରେ ପୂର୍ବରୁ ଥିଲା ଜେଲ୍। ସ୍ବାଧୀନତା ସଂଗ୍ରାମର ଅନେକ ସ୍ବୃତି ରଖିଥିବା ଏହି ଐତିହାସିକ ଜେଲ ଏବେ ଆଉ ସେଠାରେ ନଥିଲେ ସ୍ବାରକୀ ସଦୃଶ କେ‌ତୋଟି ସେଲ୍ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଆଜିକୁ ଦଶ ବର୍ଷ ତଳେ ଏହି ଐତିହାସିକ ସ୍ମାରକୀକୁ ନୂଆ ରୂପ ଦେବା ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଜେଲର ୧୫ନମ୍ବର ସେଲକୁ ମ୍ୟୁଜିୟମ୍‌ କରାଯିବ, ସ୍ବାଧୀନତା ସଂଗ୍ରାମର ସ୍ମୃତି ସବୁକୁ ବ୍ୟାଖ୍ୟାନ କେନ୍ଦ୍ରରେ ସ୍ଥାନିତ କରାଯିବ। ପାଇକ ବିଦ୍ରୋହଠାରୁ ଆରମ୍ଭ କରି ସ୍ବାଧୀନତା ସଂଗ୍ରାମ, ଓଡିଆ ସଂଗ୍ରାମୀଙ୍କ ଗାଥା ସବୁ ସ୍ଥାନିତ ହେବ ଏହି ମ୍ୟୁଜିୟମ୍‌ରେ। ହେଲେ ଏବେ ଶୀତଳ ଭଣ୍ଡାରରେ ପଡିରହିଛି ପ୍ରକଳ୍ପ।

publive-image Sambad

୨୦୧୦ ଜାନୁଆରି ୨୩, ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଐତିହାସିକ ପୁରୁଣା ଜେଲର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ଫଳକରେ ସୀମିତ ରହିଛି ପ୍ରକଳ୍ପ। ଗତବର୍ଷ ଡିସେମ୍ବରରେ ପୁରୁଣା ଜେଲର ରକ୍ଷଣାବେକ୍ଷଣ ଓ ଏହାର ପରିସରରେ ମ୍ୟୁଜିୟମ ପାଇଁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନେକ ଯୋଜନା କରାଯିବା ସହ କିପରି ଶୀଘ୍ର କାମ ଆରମ୍ଭ କରାଯିବ ସେ ସଂପର୍କରେ ସମୀକ୍ଷା କରାଯାଇଥିଲା। ଇନଟାକ୍‌, ସିଡିଏର ଅଧିକାରୀ ଓ ଯନ୍ତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏ ସଂପର୍କରେ ଆଲୋଚନା କରିଥିଲେ। ଏପରିକି ବୈଠକରେ ଇନଟାକର ରାଜ୍ୟ ନିର୍ଦ୍ଦେଶକ ମ୍ୟୁଜିୟମର କାର୍ଯ୍ୟଧାରା ସମ୍ପର୍କରେ ପ୍ରସ୍ତାବ ରଖିଥିଲେ। କିନ୍ତୁ ସେସବୁ ବି ଏବେ ଶୀତଳଭଣ୍ଡାରରେ। ଏ ସଂପର୍କରେ ସିଡିଏର ସଚିବ ମନୋରଞ୍ଜନ ମହାପାତ୍ର କହିଛନ୍ତି ଯେ ପ୍ରକଳ୍ପ ନେଇ ଯୋଜନା ହୋଇଛି। କିନ୍ତୁ ଆଗାମୀ ଦିନରେ କିଛି ବଡ ଯୋଜନା ହେବାକୁ ଥିବାରୁ ଏଯାଏ କାମ ଆରମ୍ଭ ହୋଇ ପାରି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe