କଟକରେ କମୁଛି ଏଡସ ରୋଗୀଙ୍କ ସଂଖ୍ୟା

Advertisment
କଟକରେ କମୁଛି ଏଡସ ରୋଗୀଙ୍କ ସଂଖ୍ୟା

Image Source--healthline

କଟକ: କଟକରେ କମୁଛି ଏଡ଼ସ ରୋଗୀଙ୍କ ସଂଖ୍ୟା। ଜିଲାରେ ପାଖାପାଖି ଶହେ ଜଣ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି, ଯାହା ବେଶ ସନ୍ତୋଷଜନକ। କାରଣ ଜିଲାରେ ସଚେତନତା ଦିଗକୁ ବେଶ ମଜଭୁତ କରାଯାଇଛି। ଜିଲ୍ଲା ଓ ସହରରେ ଏଚଆଇଭି ସମ୍ବନ୍ଧୀୟ ସଚେତନତା ଯୋଗୁ ବର୍ତ୍ତମାନ କଟକ ଅନ୍ୟ ଜିଲା ମାନଙ୍କ ପଛରେ ରହିଛି। ବିଶେଷକରି ଗଞ୍ଜାମ ,କୋରାପୁଟ ନବରଙ୍ଗପୁର ଆଦି ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଯେତିକି ରହିଛି ତାହା ତୁଳନାରେ କଟକରେ ରୋଗୀଙ୍କ ସଂଖ୍ୟା ଅନେକ ମାତ୍ରାରେ କମ ରହିଛି ବୋଲି କହିଛନ୍ତି କଟକ ଜିଲା ସିଡିଏମଓ ସତ୍ୟବ୍ରତ ଛୋଟରାୟ।

ଆଜି ସାରା ବିଶ୍ୱ ଏଡଏସ ଦିବସ ପାଳନ କରିଥିବା ବେଳେ କଟକର ଚିତ୍ର ବେଶ ସନ୍ତୋଷଜନକ ରହିଛି। ଏପରି ସ୍ଥଳେ ଆଗମୀ ଦିନମାନଙ୍କରେ ମଧ୍ୟ ଏଡସ ପରୀକ୍ଷାକୁ ବ୍ୟାପକ କରିବା ସହ ବ୍ଲକ ପଞ୍ଚାୟତ ସ୍ତରରେ ସଚେତନତା ଦିଗକୁ ଦୁଗଣିତ କରିବା ନେଇ କହିଛନ୍ତି କଟକ ସିଡିଏମଓ ସତ୍ୟବ୍ରତ ଛୋଟରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe