ଶେଷ ହେଲା ସମ୍ମେଟିଭ୍ ମାଟ୍ରିକ ପରୀକ୍ଷା; ଆସନ୍ତା ୯ ତାରିଖରୁ ଖାତା ଦେଖା

ଶେଷ ହେଲା ସମ୍ମେଟିଭ୍ ମାଟ୍ରିକ ପରୀକ୍ଷା; ଆସନ୍ତା ୯ ତାରିଖରୁ ଖାତା ଦେଖା

କଟକ: ଶେଷ ହେଲା ସମ୍ମେଟିଭ୍ ମାଟ୍ରିକ ପରୀକ୍ଷା। ଆସନ୍ତା ୯ ତାରିଖରୁ ହେବ ଖାତା ଦେଖା। ଏହି ଖାତା ଦେଖା ପାଇଁ ୧୨ ହଜାର ୪ ସହ ୫୦ ଶିକ୍ଷକଶିକ୍ଷୟିତ୍ରୀ ନିୟୋଜିତ ରହିବେ। ମୋଟ ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ।

ସକାଳ ୯ ଟାରୁ ଅପରାହ୍ନ ୫ ଯାଏ ଚାଲିବ ଖାତା ଦେଖା।  ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ କରିବାକୁ ଲକ୍ଷ ରଖିଛି ବୋର୍ଡ।  ଏ ନେଇ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ନଭେମ୍ବର ୨୪ ତାରିଖରୁ ସମ୍ମେଟିଭ୍ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିବାରୁ ଭୋର ସାଢ଼େ ୬ଟାରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଥିଲା। ସକାଳ ୯ଟାରେ ପରୀକ୍ଷାର୍ଥୀ ଭିତରକୁ ପ୍ରବେଶ କରିବା ସମୟରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ପରୀକ୍ଷାର୍ଥୀ ଯେପରି କପି ନେଇ ହଲ୍‌ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ଟିମ୍‌ ଯାଞ୍ଚ କରିଥିଲେ। ବିଏମ୍‌ସି ଅଞ୍ଚଳରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୧୧ ହଜାରରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe