ଅଙ୍କିତାଙ୍କ ନିଶା; ବର୍ଜ୍ୟବସ୍ତୁକୁ ନେଇ ଆଙ୍କୁଛନ୍ତି ଚିତ୍ର

Advertisment
ଅଙ୍କିତାଙ୍କ ନିଶା; ବର୍ଜ୍ୟବସ୍ତୁକୁ ନେଇ ଆଙ୍କୁଛନ୍ତି ଚିତ୍ର

Sambad

କଟକ: ବର୍ଜ୍ୟବସ୍ତୁକୁ ନେଇ ଭଳି କି ଭଳି ଚିତ୍ର ଆଙ୍କିବା ସହ ନିଜେ ଗଣେଶ ମୂର୍ତ୍ତି ତିଆରି କରି ଘରେ ପୂଜା କରୁଛନ୍ତି କଟକର ଅଙ୍କିତା ମହାନ୍ତି। ବିନା ତାଲିମ୍‌ରେ କାନଭାସ୍‌ ପେଣ୍ଟିଂ, ପଟ୍ଟଚିତ୍ର ପେଣ୍ଟିଂ, ନେଲ୍‌ ଆର୍ଟ ସହ ବର୍ଜ୍ୟବସ୍ତୁରେ ପେଣ୍ଟିଂ କରିଥାନ୍ତି ସେ। ଏପରି ନିଆରା ଚିତ୍ର ଆଙ୍କି ଏବେ ସେ ବେଶ୍‌ ଚର୍ଚ୍ଚାରେ। କେଶରପୁରର ଆଲୋକ ମହାନ୍ତି ଓ ଇତିଶ୍ରୀ ମହାନ୍ତିଙ୍କ ଝିଅ ଅଙ୍କିତା। ଏବିଆଇଟିରେ ଇଞ୍ଜିନିୟରିଂ ଅଧ୍ୟୟନ ସାରି ଏବେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ଅଙ୍କିତାଙ୍କ ପେସା ଇଞ୍ଜିନିୟରିଂ, ହେଲେ ନିଶା ଚିତ୍ର ଆଙ୍କିବା। ପିଲାବେଳୁ ଚିତ୍ର ଆଙ୍କି ଆସୁଥିବା ବେଳେ ଗତ ଦୁଇବର୍ଷର ଲକ୍‌ଡାଉନ୍‌ ସମୟରେ ଚିତ୍ରକଳା ଉପରେ ସେ ଦେଇଛନ୍ତି ଅଧିକ ଗୁରୁତ୍ବ। କାନଭାସ୍‌ ପେଣ୍ଟିଂ ‌ସମେତ, ପଟ୍ଟଚିତ୍ର ପେଣ୍ଟିଂ(ଚୁନି, ଶାଢ଼ି, ଡ୍ରେସ୍‌)ରେ ଏହି ଚିତ୍ର ଆଙ୍କୁଛନ୍ତି। ଏହାସହ ନେଲଆର୍ଟ, ବର୍ଜ୍ୟବସ୍ତୁ (ବ୍ୟବହୃତ ବୋତଲ, ବଲ୍‌ବ, ପ୍ଲେଟ୍‌) ଇତ୍ୟାଦିରେ ପେଣ୍ଟିଂ କରୁଛନ୍ତି ସେ। ଗତ ୪ବର୍ଷ ହେଲା ନି‌ଜେ ମାଟିରେ ଗଣେଶଙ୍କ ମୂର୍ତ୍ତି ତିଆରି କରି ଘରେ ପୂଜା କରିଆସୁଛନ୍ତି। ଏଥର ମଧ୍ୟ ନିଜେ ଗଣେଶ ମୂର୍ତ୍ତି ତିଆରି କରିବାକୁ ଯୋଜନା ରଖିଛନ୍ତି।

publive-image Sambad

ଏ ନେଇ ଅଙ୍କିତା କହନ୍ତି
ପିଲାବେଳୁ ଚିତ୍ର ଆଙ୍କିବାର ‌ସଉକ ଥିଲା। ଲକ୍‌ଡାଉନ୍‌ ସମୟରେ ସେଇ ସଉକକୁ ଠିକ୍‌ ଭାବେ କାମରେ ଲଗାଇ ପାରିଛି। ପଟ୍ଟଚିତ୍ର ଓ ବର୍ଜ୍ୟବସ୍ତୁରେ ପେଣ୍ଟିଂ କରୁଛି। ବିଶେଷ କରି ନେଲ୍‌ ଆର୍ଟ ମୋର ଅଧିକ ପସନ୍ଦ। ଗତ ୫ବର୍ଷ ହେବ ମାଟିରେ ନିଜେ ଗଣେଶଙ୍କ ମୂର୍ତ୍ତି ତିଆରି କରି ଘରେ ପୂଜା କରି ଆସୁଛି। ଚଳିତବର୍ଷ ମଧ୍ୟ କରିବି। ଆଗାମୀ ଦିନରେ ପିଲାଙ୍କୁ ଚିତ୍ର ଶିଖାଇବା ଲକ୍ଷ୍ୟ ରଖିଥିବା ଅଙ୍କିତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe