କଟକ ଜିଲ୍ଲାରୁ ଜଣେ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ !

Advertisment
କଟକ ଜିଲ୍ଲାରୁ ଜଣେ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ !

Representational Pic

କଟକ: କଟକ ଜିଲ୍ଲାରୁ ଜଣେ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଖବର ମିଳିଛି । ଚିହ୍ନଟ ହେବା ପରେ ବିଧାୟକଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ, ଉକ୍ତ ବିଧାୟକ କରୋନା ପଜିଟିଭ୍‌ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ସଂକ୍ରମଣର କୌଣସି ଲକ୍ଷଣ  ପ୍ରକାଶ ପାଇ ନାହିଁ । ବର୍ତ୍ତମାନ ବିଧାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାରୁ ତାଙ୍କର ପାଖ ଲୋକଙ୍କ ଠାରୁ ଜାଣିବାକୁ ମିଳିଛି।  ତେବେ ସରକାରୀ ଭାବେ ଏହା ସ୍ପଷ୍ଟ କରାଯାଇ ନାହିଁ।

ସୂଚନାଯୋଗ୍ୟ, ଗତକାଲି ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ ମହାମାରୀ କୋଭିଡ୍‌ ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ।  ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କଠାରେ ଜ୍ବର, ସର୍ଦ୍ଦି, କାଶଛିଙ୍କ ଆଦିର କିଛି ଲକ୍ଷଣ ନ ଥିବାବେଳେ କେବଳ ତାଙ୍କ ନାକ ପୋଡିବା ସହ ଗଳା ବସି ଯାଇଥିଲା। ସବୁପ୍ରକାର ସତର୍କତା ଅବଲମ୍ବନ ସତ୍ତ୍ବେ ମହାମାରୀ ଭୂତାଣୁରେ ସେ କେମିତି ସଂକ୍ରମିତ ହେଲେ ନିଜେ ବିଧାୟକ ମଧ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ସ୍ବାବ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା‌ ବ୍ୟକ୍ତି ବିଶେଷଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe