ପତ୍ନୀଙ୍କ ବିରୋଧରେ ଅନୁଭବଙ୍କ ସାଂଘାତିକ ଅଭିଯୋଗ: ଜାଲ୍ କାଗଜପତ୍ର ଦେଇ ଭାରତୀୟ ପାସପୋର୍ଟ ହାତେଇଛନ୍ତି ବର୍ଷା

Advertisment
ପତ୍ନୀଙ୍କ ବିରୋଧରେ ଅନୁଭବଙ୍କ ସାଂଘାତିକ ଅଭିଯୋଗ: ଜାଲ୍ କାଗଜପତ୍ର ଦେଇ ଭାରତୀୟ ପାସପୋର୍ଟ ହାତେଇଛନ୍ତି ବର୍ଷା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ବର୍ଷା କିଛି ଜାଲ୍ କାଗଜପତ୍ର ଦେଇ ଭାରତୀୟ ପାସପୋର୍ଟ ହାତେଇଛନ୍ତି ବୋଲି ଅନୁଭବ କହିଛନ୍ତି। ଘଟଣାଟି ଦେଶର ସୁରକ୍ଷା ସହିତ ଜଡିଡ଼ ଥିବାରୁ ଏନେଇ ସେ ସଂସଦକୁ ମଧ୍ୟ ଅବଗତ କରିଛନ୍ତି ବୋଲି କହିଛନ୍ତି ଅନୁଭବ

publive-image
ଏନେଇ କିନ୍ତୁ ଅଭିନେତ୍ରୀ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନି। ବର୍ଷା- ଅନୁଭବ ବିବାହ ବିବାଦ ମାମଲାରେ ଅନୁଭବଙ୍କ ପରିବାର କୋର୍ଟକୁ ଆସିଥିଲେ। କୋର୍ଟ କାମ ଶେଷ ପରେ ସେ ବାହାରକୁ ଆସି ପତ୍ନୀ ବର୍ଷାଙ୍କୁ ନେଇ ପ୍ରତିକ୍ରିୟା ରଖିଥିଲେ। ବର୍ଷା ଭାରତୀୟ ପାସପୋର୍ଟ ପାଇବା ପାଇଁ ଜାଲ କାଗଜପତ୍ର ଦେଇଥିବା ଅନୁଭବ କହିଛନ୍ତି। ବର୍ଷା ଦେଇଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ପାସ୍ ପ୍ରମାଣପତ୍ର ଜାଲ୍ ବୋଲି ଅନୁଭବ ଅଭିଯୋଗ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe