ଫେସ୍‌ବୁକ୍‌ରେ ଅନୁଭବଙ୍କ ଭିଡିଓ, ଲଢ଼ିବାର ଅଛି ତ ମୋ ସହ ସିଧାସଳଖ ଲଢ଼

Advertisment

ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌ ରିହିବିନି

ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌ ରିହିବିନି

ଫେସ୍‌ବୁକ୍‌ରେ ଅନୁଭବଙ୍କ ଭିଡିଓ, ଲଢ଼ିବାର ଅଛି ତ ମୋ ସହ ସିଧାସଳଖ ଲଢ଼

କଟକ: ସା˚ସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ପୁଣି ହାୱା ଧରିବାରେ ଲାଗିଛି। ବର୍ଷାଙ୍କ ପ୍ରତି ଅନୁଭବ ଫ୍ୟାନ୍‌ କ୍ଲବ୍‌ ଫେସ୍‌ବୁକ୍‌ ପେଜ୍‌ରେ ଖରାପ ମନ୍ତବ୍ୟ ବିରୋଧରେ ସେ ପୁରୀଘାଟ ଥାନାର ଦ୍ବାରସ୍ଥ ହେବା ପରେ ଗତକାଲି ଜାଗୃତି ଶୁକ୍ଳା ଫେସ୍‌ବୁକ୍‌ରେ ବର୍ଷାଙ୍କୁ ଇଙ୍ଗିତ କରି ଅସନ୍ତୋଷ ଝାଡ଼ିଥିଲେ। ଆଜି ପୁଣି ଅନୁଭବ ଏକ ଭିଡିଓ ପୋଷ୍ଟ କରି ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି। ଯଦି କେହି ତାଙ୍କର ପ୍ରଶ˚ସକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ତା’ହେଲେ ସେ ଚୁପ୍‌ ରହିବେନି। କାରଣ ଆଜି ପର୍ଯ୍ୟନ୍ତ ସେ ଚୁପ୍‌ ରହିଥିବାରୁ ଏହାକୁ ତାଙ୍କର ଦୁର୍ବଳତା ବୋଲି ଭାବି ନେଇଛନ୍ତି। ହେଲେ ଏବେ ସେ ତାଙ୍କ ପ୍ରଶ˚ସକଙ୍କ ପାଇଁ ଆଗରେ ଛିଡ଼ା ହେବେ ବୋଲି ଅନୁଭବ ଉକ୍ତ ଭିଡିଓ ବାର୍ତ୍ତାରେ ଚେତାଇ ଦେଇଛନ୍ତି।

ଅନୁଭବ ପୋଷ୍ଟ କରିଥିବା ଏହି ୬ମିନିଟ୍‌ର ଭିଡିଓରେ କହିଛନ୍ତି ଯେ, କୌଣସି ମଣିଷ ପ୍ରତି ଯେ କେହି ବି ଖରାପ ବ୍ୟବହାର ଦେଖାଇବା ଆଦୌ ଗ୍ରହଣୀୟ ନୁହେଁ। ସମସ୍ତଙ୍କୁ ସମାନ ଅଧିକାର ଓ ସମ୍ମାନ ମିଳିବା ଉଚିତ୍‌। ଯାହାଙ୍କୁ ଆମେ ଭଲପାଉ ତାଙ୍କୁ ହୃଦୟରେ ସାଇତି ରଖୁ। ତାଙ୍କର ଭଲ, ମନ୍ଦ, ସୁଖ, ଦୁଃଖରେ ଆମେ ଛିଡ଼ା ହେଉ। ସେମିତି ତାଙ୍କର ଅଗଣିତ ପ୍ରଶ˚ସକମାନେ ହେଉଛନ୍ତି ତାଙ୍କର ପରିବାର। ଫ୍ୟାନମାନେ ତାଙ୍କ ପାଖରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆର ସହାୟତା ନେଉଛନ୍ତି। ତେଣୁ ସେ ମଧ୍ୟ ତାଙ୍କ ମନର କଥା ଫ୍ୟାନମାନଙ୍କୁ ଜଣାଇବା ପାଇଁ ସୋସିଆଲ୍‌ ମିଡିଆକୁ ବାଛିଛି ବୋଲି ଅନୁଭବ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲଢ଼ିବାର ଅଛି ଯଦି ତାଙ୍କ ସହ ସିଧାସଳଖ ଲଢନ୍ତୁ। ତାଙ୍କ ଫ୍ୟାନ୍‌ମାନଙ୍କ ସହ ନୁହେଁ ବୋଲି ସେ କହିଛନ୍ତି।

publive-image

ସୋସିଆଲ ମିଡିଆରେ ଦିଆଯାଉଥିବା ମନ୍ତବ୍ୟ କେବଳ ଚର୍ଚ୍ଚାରେ ସୀମିତ ରହିବ: ବର୍ଷାଙ୍କ ଓକିଲ ସୋସିଆଲ୍‌ ମିଡିଆରେ ବର୍ଷା ଓ ଅନୁଭବଙ୍କ ମାମଲା ଉପରେ ଦିଆଯାଉଥିବା ବିଭିନ୍ନ ମନ୍ତବ୍ୟ କେବଳ ଚର୍ଚ୍ଚାରେ ହିଁ ସୀମିତ ରହିବ। ଆଇନ୍‌ଗତ ପ୍ରକ୍ରିୟାରେ ଏହାର କୌଣସି ମୂଲ୍ୟ ନାହିଁ ବୋଲି ବର୍ଷାଙ୍କ ଓକିଲ ଗୌତମ ଭୋଳ ଜଣାଇଛନ୍ତି। ତାଙ୍କ କହିବାନୁସାରେ, ଏହି ଦୁଇ ସେଲିବ୍ରିଟିଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏହି ସମୟରେ ବର୍ଷା କିମ୍ବା ଅନୁଭବ ଅଥବା କୌଣସି ତୃତୀୟ ପକ୍ଷ ହୁଅନ୍ତୁ ନା କାହିଁକି, ସେମାନେ ଯାହା ପ୍ରତିକ୍ରିୟା ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ରଖୁଛନ୍ତି ତାହା ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବା ଭଳି କୌଣସି ଅସ୍ତିତ୍ବ ନାହିଁ। ଏସବୁକୁ କେବଳ ବାକ୍‌ ଯୁଦ୍ଧ କିମ୍ବା ଶୀତଳ ଯୁଦ୍ଧ ବୋଲି କହିହେବ। ଆଇନ୍‌ଗତ ପ୍ରକ୍ରିୟାରେ ଏହାର କୌଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ଭୋଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe