ବିଟ୍ କଏନ କାରବାରରେ ଗିରଫ ହୋଇଥିବା ସନ୍ତୋଷ ସ୍ବାଇଁଙ୍କ ଜାମିନ ଆବେଦନ ଖାରଜ

Advertisment
ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ

କଟକ: ବିଟ୍ କଏନ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ସନ୍ତୋଷ ସ୍ବାଇଁଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ ସନ୍ତୋଷଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଏକାଧିକ ୱେବସାଇଟ ଖୋଲି ବିଟ କଏନ ଓ କ୍ରିପ୍ଟୋକରେନ୍ସି କାରବାରରେ ନିବେଶ କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରଲୋଭିତ କରାଯାଉଥିବା ନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ୨୦୧୫ରେ ଏତଲା ରୁଜୁ କରିଥିଲା। ୨୦୧୫ରେ ଏହି ମାମଲା ରୁଜୁ ହୋଇଥିଲା। ତାଳଚେର ଅଞ୍ଚଳରେ ଏହି ଏତଲା ରୁଜୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଚିଟଫଣ୍ଡ ଘଟଣାର ବିଚାର ପାଇଁ ଗଠିତ ସ୍ବତନ୍ତ୍ର ଅଦାଲତକୁ ଏହା ସ୍ଥାନାନ୍ତର ହୋଇ ଆସିଥିଲା।

ବିଟ୍‌ କଏନ କାରବାର ନାଁରେ ପ୍ରାୟ ୧ କୋଟି ୬୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେ‌ଇ ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଫେରାର ଥିବା ସନ୍ତୋଷ ସ୍ବାଇଁଙ୍କୁ ଗତ ଡିସେମ୍ବର ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସରକାରଙ୍କ ତରଫରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe