‘ସାରେ ଯାହାଁ ସେ ଆଚ୍ଛା....’ରୁ ଆରମ୍ଭ

Advertisment
‘ସାରେ ଯାହାଁ ସେ ଆଚ୍ଛା....’ରୁ ଆରମ୍ଭ

Sambad

କଟକ: ‘ସାରେ ଯାହାଁ ସେ ଆଚ୍ଛା....’ ସଂଗୀତରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଆଇଏନ୍ଏସ୍ ଚିଲିକା ନୌସେନା ବିଭାଗ ମ୍ୟୁଜିକାଲ ବ୍ୟାଣ୍ଡ୍‌ ଏହିଭଳି ଦୁଇ ତିନିଟି ଦେଶାତ୍ମକବୋଧ ସଂଗୀତ ପରିବଷେଣ କରି ଗଣକବି ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଦ୍ବିତୀୟ ସାଂସ୍କୃତିକ ପର୍ବ ଭାବେ ଗୁରୁ ଗୋପୀନାଥ ବେହେରା ଫାଉଣ୍ଡେସନର ଶିଳ୍ପୀମାନେ ସାମୂହିକ ସଂଗୀତ ଗାନ କରିଥିଲେ। ପରେ ଓଡ଼ିଶୀ ନୃତ୍ୟଗୁରୁ ମୀରା ଦାସଙ୍କ ‘ଗୁଞ୍ଜନ ଡ୍ୟାନ୍‌ସ’ ଏକାଡେମିର ଶିଳ୍ପୀମାନେ ସୂର୍ଯ୍ୟବନ୍ଦନା, ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା‌ ବେଳେ ଗଞ୍ଜାମ ନରେନ୍ଦ୍ରପୁର ଲୋକନୃତ୍ୟ ଦଳ ପକ୍ଷରୁ ଯୋଡିଶଙ୍ଖ ବାଦନ ଓ ନୃତ୍ୟ ପରିବେଷଣ କରାଯାଇଥିଲା।

ପରକୁ ପର ଆସାମର ଶିଳ୍ପୀମାନେ ‌ପାରମ୍ପରିକ ଲୋକନୃତ୍ୟ ବିହୁ ପ୍ରଦର୍ଶନ କରିଥିବା ବେଳେ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ସିଜ୍‌ଲର୍ସ ଡ୍ୟାନ୍‌ସ ଗ୍ରୁପ୍‌ ପକ୍ଷରୁ ଶିବ ତାଣ୍ଡବ ପରିବେଷଣ କରାଯାଇଥିଲା। ଏହି ଅଭିନୟ ନୃତ୍ୟରେ ନିଜେ ଅଭିନେତ୍ରୀ ଶୀତଲ ନୃତ୍ୟ ପ୍ରଦର୍ଶନ କରିଥିଲେ। ଉପସ୍ଥାପିକା ସୁଲଗ୍ନା ରାଉତରାୟ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡେପୁଟି କଲେକ୍ଟର ଅନିତା ପାତ୍ର, ବରି‌ଷ୍ଠ ସହଯୋଗୀ ସବିତା ତ୍ରିପାଠୀ, ପୂର୍ବତନ ସଂସ୍କୃତି ଅଧିକାରୀ ସୁରେନ୍ଦ୍ରନାଥ ସାମନ୍ତରାୟ, ଅଳକା ଦେବୀ, ପ୍ରଦୀପ ନାୟକ ପ୍ରମୁଖ ମଞ୍ଚ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe