ବୈଶାଖୀ ବାଣିଜ୍ୟ ମେଳା ଉଦ୍‌ଯାପିତ

ବୈଶାଖୀ ବାଣିଜ୍ୟ ମେଳା ଉଦ୍‌ଯାପିତ

Sambad

କଟକ: କଟକ ବୈଶାଖୀ ବାଣିଜ୍ୟ ମେଳା ପରିବାର ପକ୍ଷରୁ ୧୦ ଦିନ ଧରି ବାଲିଯାତ୍ରା ଉପର ପଡ଼ିଆରେ ଆୟୋଜିତ ବୈଶାଖୀ ବାଣିଜ୍ୟ ମେଳା ଆଜି ଉଦ୍‌ଯାପିତ ହୋଇଛି। ଶେଷ ଦିନରେ ମେଳାରେ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ଦୁଇ କୋଟିରୁ ଅଧିକ ଟଙ୍କାର ବେପାର ‌ହୋଇଛି। ରବିବାର ଥିବାରୁ ଆଜି ଅପରାହ୍ନ ୩ଟାରୁ ମେଳା ପଡ଼ିଆକୁ ଲୋକଙ୍କ ଆସିବା ଆରମ୍ଭ ହୋଇଥିଲା। ମେଳାର ଶେଷ ଦିନ ଥିବାରୁ ଆଜି ଜିନିଷ କିଣିବାକୁ ଯାତ୍ରା ପଡିଆରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଘରକରଣା ଜିନିଷ ସହ, ଲୁଗା, ଚପଲ, ଆଚାର, ଧୂପ, ବଡି-ପାମ୍ପଡ ଆଦି ଦୋକାନରେ ଆଜି ଭଲ ବେପାର ହୋଇଛି। ଅନ୍ୟପଟେ ଆଜି ଆମିଷ ବାରି ଥିବାରୁ ଫୁଡ୍‌ କୋର୍ଟର ନନ୍‌ଭେଜ୍‌ କାଉଣ୍ଟରରେ ମହିଳାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଲମ୍ବା ଧାଡି ଲାଗିଥିଲା।

ଶେଷ ସଂଧ୍ୟାରେ ସଂସ୍କୃତି ଡ୍ୟାନ୍ସ ଏକାଡେମି, ରାଣୀହାଟ, ମାହାଙ୍ଗ ଡ୍ୟାନ୍ସ ଗ୍ରୁପ ଆଦିର କଳାକାରଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଛି। ଯାତ୍ରା ଶେଷ ହେବାପ‌େର ଷ୍ଟାଡିୟମ ନିକଟରୁ ବକ୍ସି ବଜାର, ଚଣ୍ଡୀଛକ, ବିଜୁ ପଟ୍ଟନାୟକଛକ, କ୍ୟାଣ୍ଟେନ୍‌ମେଣ୍ଟ ଥାନା, ଡିସିପି ଅଫିସ ପର୍ଯ୍ୟନ୍ତ ଟ୍ରାଫିକ୍‌ ପରିସ୍ଥିତି ବିଗିଡି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁଇ ଓ ଚାରି ଚକିଆ ଗାଡି ଧାଡିରେ ‌ଛିଡା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe