ଡି ବ୍ରଦର୍ସର ଘନିଷ୍ଠ ସହଯୋଗୀ ଭଜନା ଗିରଫ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ

Advertisment
ଡି ବ୍ରଦର୍ସର ଘନିଷ୍ଠ ସହଯୋଗୀ ଭଜନା ଗିରଫ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ

କଟକ: ଧଳ ସାମନ୍ତ ଭ୍ରାତା ଅନ୍ୟତମ ସହଯୋଗୀ ଭଜନାକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ। ଅନ୍ତରୀଣ ଜାମିନରେ ଆସି ସାକ୍ଷୀମାନଙ୍କୁ ଧମକ ଚମକ ଦେବା ଅଭିଯୋଗରେ ଆଜି ଭଜନା ଗିରଫ ହୋଇଛି। ଗତ ୧୭ ତାରିଖରେ ଜଣେ ସାକ୍ଷୀଙ୍କୁ ଧମକ ଚମକ ଦେବା ସହ ବନ୍ଧୁକ ଦେଖାଇ ଧଳ ସାମନ୍ତଙ୍କ ବିରୋଧରେ ସାକ୍ଷୀ ନଦେବାକୁ ଧମକ ଦେଇଥିଲା।

ଏନେଇ ଚାଉଳିଆଗଞ୍ଜ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ। ତେବେ ପୁଲିସ ଏହାର ତଦନ୍ତ କରି ଭଜନାକୁ ଗିରଫ କରିଛି।ଏଥିସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି। ଅନ୍ତରୀଣ ଜାମିନରେ ଆସି ଭଜନା ଧଳ ସାମନ୍ତ ସଙ୍ଗଠନକୁ ମଜଭୁତ କରିବାକୁ ଯୋଜନା କରୁଥିଲା ବୋଲି କଟକ ଡିସିପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe