ବିଗ୍‌ ବି’ଙ୍କ ପାଗଳ ପ୍ରଶ˚ସକ ଘନଶ୍ୟାମ ! ଜନ୍ମଦିନରେ କେକ୍‌ କାଟି ସମସ୍ତଙ୍କୁ ଖୁଆଇଲେ

‘ଗୋଟିଏ ଦିନ ସେ ମୋ ମୁଣ୍ତରେ ହାତ ରଖିଦେଲେ ଜୀବନ ସାର୍ଥକ ହୋଇଯିବ’ : ଘନଶ୍ୟାମ

ବିଗ୍‌ ବି’ଙ୍କ ପାଗଳ ପ୍ରଶ˚ସକ ଘନଶ୍ୟାମ ! ଜନ୍ମଦିନରେ କେକ୍‌ କାଟି ସମସ୍ତଙ୍କୁ ଖୁଆଇଲେ

Sambad

କଟକ: ଭାରତରେ କ୍ରିକେଟର କିମ୍ବା ସିନେ ତାରକାଙ୍କ ପ୍ରଶ˚ସକଙ୍କ ତାଲିକା ବହୁତ ଲମ୍ବା। ହେଲେ ସେମାନଙ୍କ ଭିତରେ ପାଗଳ ପ୍ରଶ˚ସକଙ୍କ ସ˚ଖ୍ୟା ବହୁତ କମ୍‌। କଟକରେ ଏମିତି ଜଣେ ପାଗଳ ପ୍ରଶ˚ସକ ହେଉଛନ୍ତି ପାଲାମଣ୍ତପ କମଳପୁରର ଘନଶ୍ୟାମ ସେଠୀ। ବଲିଉଡ୍‌ର ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ ତଥା ବିଗ୍‌ ବି’ ଭାବେ ପରିଚିତ ଅମିତାଭ ବଚ୍ଚନଙ୍କ ପାଇଁ ସେ ପୁରା ପାଗଳ। ରବିବାର ବିଗ୍‌ ବି’ଙ୍କ ୭୮ତମ ଜନ୍ମଦିନକୁ ସେ କୋଭିଡ୍‌ ନିୟମ ଭିତରେ କେକ୍‌ କାଟି ପାଳନ କରିଛନ୍ତି।

ବାଦାମବାଡ଼ିରେ ଏକ ଭେରାଇଟି ଷ୍ଟୋର କରିଥିବା ଘନଶ୍ୟାମ ପିଲାଦିନରୁ ଅମିତାଭଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ତାଙ୍କର କୌଣସି ସିନେମାକୁ ଘନଶ୍ୟମ ହାତଛଡ଼ା କରିନାହାନ୍ତି। କେବଳ ସିନେମା ନୁହେଁ, ଟିଭି ସୋ’ କିମ୍ବା ଖବରକାଗଜରେ ତାଙ୍କ ବିଷୟରେ ବାହାରିଥିବା ପ୍ରତ୍ୟେକ ଖବରକୁ ସେ ସାଇତି ରଖିଛନ୍ତି। ଅମିତାଭ ଅଭିନୀତ ସିନେମା କମ୍ବା ଗୀତଗୁଡ଼ିକର ସିଡି, କ୍ୟାସେଟ୍‌ ମଧ୍ୟ ତାଙ୍କ ପାଖରେ ରଖିଛନ୍ତି। ୨୦୧୦ ମସିହାରେ ଯେତେବେଳେ ଅମିତାଭ୍‌ ପୁରୀ ଆସିଥିଲେ, ସେତେବେଳେ ଭୁବନେଶ୍ବର ବିମାନବନ୍ଦରରେ ଭିଡ଼ ଭିତରୁ ଆଗକୁ ଯାଇ ଅମିତାଭଙ୍କ ପାଦ ଛୁଇଁବାର ସୌଭାଗ୍ୟ ପାଇଥିଲେ ସେ। କିଛିବର୍ଷ ପୂର୍ବେ ଅମିତାଭ ଅତ୍ୟନ୍ତ ଅସୁସ୍ଥ ହୋଇଥିବାବେଳେ ତାଙ୍କ ଆରୋଗ୍ୟ କାମନା କରି ଘନଶ୍ୟାମ କଟକ ଚଣ୍ତୀ ମନ୍ଦିରରେ ଅଖଣ୍ତ ଦୀପ ଜାଳିଥିଲେ।

ପୂର୍ବରୁ ଅମିତାଭଙ୍କ ପ୍ରତ୍ୟେକ ଜନ୍ମଦିନରେ ଘନଶ୍ୟାମ ତାଙ୍କ ଦୋକାନ ପାଖରେ ଷ୍ଟେଜ୍‌ କରି ସେଠାରେ କେକ୍‌ କାଟନ୍ତି, ବାଣ ଫୁଟା ହୋଇଥାଏ ଓ ଡ୍ୟାନ୍ସ କାର୍ଯ୍ୟକ୍ରମ କରାଯାଇଥାଏ। କିନ୍ତୁ ଏଥର କୋଭିଡ୍‌ କଟକଣା ଯୋଗୁଁ କେବଳ ବେଲୁନ୍‌ ଓ ପୋଷ୍ଟର ଭିତରେ କେକ୍‌ କଟାଯାଇ ତାଙ୍କର ଜନ୍ମଦିନ ପାଳିବାକୁ ପଡ଼ିଛି। ଯଦି କେବେ ସୁଯୋଗ ମିଳେ ସେ ପୁଣି ଥରେ ଅମିତାଭଙ୍କ ପାଦ ଛୁଇଁବେ ଓ ତାଙ୍କ ହାତ ଘନଶ୍ୟାମଙ୍କ ମୁଣ୍ତ ଉପରେ ରହିଗଲେ ଜୀବନ ସାର୍ଥକ ହୋଇଯିବ ବୋଲି ଘନଶ୍ୟାମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe