ହାଇକୋର୍ଟରେ ବିଧାୟକଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ, ୧୨ରେ ପରବର୍ତୀ ଶୁଣାଣି

Advertisment

ବିଜେପୁର ନିର୍ବାଚନୀ ମାମଲା

ବିଜେପୁର ନିର୍ବାଚନୀ ମାମଲା

ହାଇକୋର୍ଟରେ ବିଧାୟକଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ, ୧୨ରେ ପରବର୍ତୀ ଶୁଣାଣି

କଟକ : ବିଜେପୁର ନିର୍ବାଚନ ଅନିୟମିତତା ମାମଲାରେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଆଜି ହାଇକୋର୍ଟରେ ଦାଖଲ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପରାଜିତ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମାମଲାର ଶୁଣାଣି ସମୟରେ ସ୍ୱର୍ଗତ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରାଯାଇଥିଲା। ଏହି ପ୍ରସଂଗରେ ଜବାବ ରଖିବା ପାଇଁ ଆବେଦନକାରୀଙ୍କ ତରଫରୁ ସମୟ ଲୋଡା ଯାଇଥିଲା। ଜନ ପ୍ରତିନିଧି ଆଇନ ଅନୁସାରେ ନିର୍ବାଚନୀ ମୋକଦ୍ଦମାରେ ବାଦି ବା ପ୍ରତିବାଦିଙ୍କ ମୃତ୍ୟୁ ହେଲେ ଏ ନେଇ ଅଦାଲତଙ୍କୁ ଅବଗତ କରାଯିବ। ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଜଣେ ଭୋଟର ଚାହିଁଲେ ମୃତ ପକ୍ଷଙ୍କ ସ୍ଥାନରେ ନିଜକୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନ କରି ପାରିବେ। ତେବେ ଏହି ମାମଲାର ଶୁଣାଣି ପାଇଁ ଆସନ୍ତା ୧୨ତାରିଖ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe