କମିଶନରେଟ ପୁଲିସକୁ ସଫଳତା; ବାଇକ ଲୁଟେରା ଗ୍ୟାଙ୍ଗକୁ କାବୁ କଲା

Advertisment
କମିଶନରେଟ ପୁଲିସକୁ ସଫଳତା;  ବାଇକ ଲୁଟେରା ଗ୍ୟାଙ୍ଗକୁ କାବୁ କଲା

Sambad

କଟକ: କମିଶନରେଟ ପୁଲିସକୁ ସଫଳତା। ଏକ ବଡ ଧରଣର ବାଇକ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି କଟକ ଚାଉଳିଆଗଞ୍ଜ ଥାନା ପୁଲିସ। ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ସହରର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ। ବିଶେଷ କରି ବଡ ମେଡିକାଲ, ହାଇକୋର୍ଟ, ଶିଶୁ ଭବନ ଆଦି ଅଞ୍ଚଳରେ ବାଇକ ଲୁଟୁଥିଲେ ଏହି ଦଳ। ଗ୍ଲାମର ବାଇକକୁ ଟାର୍ଗେଟ କରିଥାନ୍ତି । କାରଣ ଗ୍ଲାମର ବାଇକର ଚାବି ସହଜରେ ଖୋଲି ଯାଇଥାଏ ।

publive-image Sambad

ଚୌଦ୍ବାରର ଗୁରୁଝାଟିଆ ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ଗୋଟିଏ ବାଇକ ପିଛା ୭ରୁ ୮ହଜାର ଟଙ୍କାରେ ବିକ୍ରି କରିଥାନ୍ତି। ଦୀର୍ଘ ଦିନ ଧରି ଗ୍ୟାଙ୍ଗକୁ କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା ପୁଲିସ।

publive-image Sambad

ବିଳମ୍ବରେ ହେଉ ପଛେ ପୁଲିସକୁ ସଫଳତା ମିଳିଛି। ସଟଡାଉନ ସମୟରେ ଏକ ବାଇକକୁ ଅଟକାଇବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ନିକଟରେ ପହଞ୍ଚିଥିଲା ପୁଲିସ। ଘଟଣାରେ ତିନିଜଣଙ୍କୁ ଗିରଫ କରିବା ସହିତ ଗ୍ୟାରେଜ ମାଲିକକୁ ମଧ୍ୟ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe