Sambad
କଟକ: ଯାଜପୁର କୁଆଖିଆର ବବୁଲୁ ଓରଫ ସ୍ବାଧୀନ ସେଠୀ ଓ ପଣ୍ତା ଓରଫ ଜୟନାରାୟଣ ଜେନାଙ୍କୁ ବାଦାମବାଡ଼ି ଥାନା ପୁଲିସ ବାଇକ୍ ଚୋରି ମାମଲାରେ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ୭ଟି ଚୋରା ବାଇକ୍ ଜବତ ହୋଇଛି। ସୁଭଲକ୍ଷ୍ମୀ ପଣ୍ତାଙ୍କ ହାଇକୋର୍ଟ କଲୋନିରେ ଥିବା ଭଡ଼ା ଘରୁ ବାଇକ୍ ଚୋରି ହୋଇଥିବା ବାଦାମବାଡ଼ି ଥାନାରେ ଏତଲା ଦେଇଥିଲେ।
ପୁଲିସ ଏହି ମାମଲାର ତଦନ୍ତ କରି ଦୁଇ ଦୁର୍ବୃତ୍ତଙ୍କ ନିକଟରେ ପହଞ୍ଚିଥିଲା। ବବୁଲୁ ବିରୋଧରେ ୭ଟି ଓ ପଣ୍ତା ବିରୋଧରେ ୩ଟି ଅପରାଧିକ ମାମଲା ବିଭିନ୍ନ ଥାନାରେ ଥିବା ସୂଚନା ମିଳିଛି।
Follow Us