କଟକରେ କମୁଛନ୍ତି ପକ୍ଷୀ, ଆସିଛନ୍ତି ୨୬ହଜାର ପକ୍ଷୀ

Advertisment

ଅଂଶୁପା, କଖଡିକୁ ଛାଡିଦେଲେ ମହାନଦୀର ଅନ୍ୟସ୍ଥାନକୁ ଆସୁ ନାହାନ୍ତି ବିଦେଶୀ ପକ୍ଷୀ

ଅଂଶୁପା, କଖଡିକୁ ଛାଡିଦେଲେ ମହାନଦୀର ଅନ୍ୟସ୍ଥାନକୁ ଆସୁ ନାହାନ୍ତି ବିଦେଶୀ ପକ୍ଷୀ

୮ରେ ହୀରାକୁଦରେ ପକ୍ଷୀ ଗଣନା

Bird Count India

କଟକ: ମହାନଦୀର କଖଡି, ଅଂଶୁପାକୁ ଛାଡିଦେଲେ ଅନ୍ୟସ୍ଥାନକୁ ଆସୁନାହାନ୍ତି ବିଦେଶୀ ପକ୍ଷୀ। କଟକର ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ଓ ଆଠଗଡ଼ ରେଞ୍ଜରେ ପାଖାପାଖି ଦଇଶହରୁ ଅଧିକ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଡାଇପର୍‌, ପାଣିଚିରି, ହେରନ୍‌, ଇଗ୍ରେଟ୍‌, ପିହାନ୍ ଭଳି ୧୧ ପ୍ରକାର ବିଦେଶୀ ପକ୍ଷୀ ଆସିଥିବା ପକ୍ଷୀ ଗଣନା ରିପୋର୍ଟ କହୁଛି। କଟକ ସିଟି ରେଞ୍ଜର ସିସୋର ପଠାରୁ ନରାଜ ପର୍ଯ୍ୟନ୍ତ କୌଣସି ବିଦେଶୀ ପକ୍ଷୀଙ୍କୁ ଗଣନାରେ ଦେଖିବାକୁ ମିଳିନି। କଟକ ସିଟି ରେଞ୍ଜର ମହାନଦୀ ସିସୋର ପଠାରୁ ନରାଜ ପର୍ଯ୍ୟନ୍ତ ହୋଇଥିବା ସର୍ଭେରେ ମହାନଦୀକୁ ୨୩ପ୍ରକାର ପ୍ରଜାତିର ୬ ହଜାର ୬୪୭ ପକ୍ଷୀ ଆସିଛନ୍ତି।

ସେହିପରି ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜରେ ୧୯ହଜାରରୁ ଅଧିକ ପକ୍ଷୀ ଆସିଛନ୍ତି। ନରସିଂହପୁର ଇଷ୍ଟକୁ ୨୩୪୧, ୱେଷ୍ଟକୁ ୨ହଜାର, ଖୁଣ୍ଟୁଣୀକୁ ୫୬୭୮, ଆଠଗଡ଼କୁ ୮ହଜାର, ବଡମ୍ବାକୁ ୧୨୨୪ଟି ପକ୍ଷୀ ଆସିଥିବା ଜଣାପଡିଛି। ପାଣିକୁଆ, କାଣ୍ଟିବଗ, ଗେଣ୍ଡାଳିଆ, ହଂସରାଳି, କେଶରପାଣ୍ଡିଆ, କ୍ୟାଟେଲ ଇଗ୍ରେଟ୍‌, ଲିଟିଲ୍‌ ଇଗ୍ରେଟ୍‌, ଇଣ୍ଟର ମିଡିଏଟ୍‌ ଇଗ୍ରେଟ୍‌ ବଗ ଜାତୀୟ, ବଡ଼ବଗ, ଚକୁଆ, ଡାହୁକ, ପାଣିକୁଆ, ମାଛରଙ୍କା, ଟେଁଟେଇଁ ଆଦି ବିଭିନ୍ନ ପକ୍ଷୀ ଥିବା ଗଣନାରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe