‘ସମ୍ବାଦ’-‘ଆମ ଓଡ଼ିଶା' ଓ “ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ’ ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ

Advertisment

ବାହାନଗା ରେଳ ଦୁର୍ଘଟଣା

ବାହାନଗା ରେଳ ଦୁର୍ଘଟଣା

‘ସମ୍ବାଦ’-‘ଆମ ଓଡ଼ିଶା' ଓ “ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ’ ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ

କଟକ: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ରକ୍ତ ପାଇଁ କଟକ ବଡ଼ ମେଡିକାଲ ରକ୍ତ ଭଣ୍ଡାରରେ ରାତି ୧୨ଟାରୁ ଆରମ୍ଭ ହୋଇଥିଲା ରକ୍ତ ସଂଗ୍ରହ ଅଭିଯାନ। ଏହି ଅଭିଯାନରେ ‘ସମ୍ବାଦ’-‘ଆମ ଓଡ଼ିଶା' ଓ “ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ’ ପ୍ରଥମେ ସାମିଲ ହୋଇଥିବା ବେଳେ ପରକୁ ପର ବିଭିନ୍ନ
ସ୍ଵେଚ୍ଛାସେବୀ ବିଶେଷକରି ଏସସିବି ମେଡିକାଲ କଲେଜର ଛାତ୍ରମାନେ ରାତି ଅଧରେ ପହଞ୍ଚି ରକ୍ତଦାନ କରିଥିଲେ।

ଏସସିବି ମେଡିକାଲ ବୃତ୍ ଟ୍ରାନ୍ସଫ୍ୟୁଜନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସ୍ମିତା ମହାପାତ୍ର ନିଜେ ଉପସ୍ଥିତ ରହି ରକ୍ତ ସଂଗ୍ରହ ବ୍ୟବସ୍ଥାର ତଦାରଖ କରିଥିଲେ।
ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସୁଶାନ୍ତ କୁମାର ସ୍ବାଇଁ, ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ମୁଖ୍ୟ ଉପଦେଷ୍ଟା ହରିହର ସେନ, ବିଶ୍ବନାଥ ବେହେରା, ଶେଷଦେବ ଦଳାଇ ପ୍ରମୁଖ ରକ୍ତଦାନ କରିବା ସହିତ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ଡକ୍ଟର ଦେବୀ ପ୍ରସାଦ ସାହୁ, ଡକ୍ଟର ବିନୟଭୂଷଣ ସାହୁ, ନିରଂଜନ ପଟ୍ଟନାୟକ, ବିଶ୍ଵଜିତ ସେନାପତି, ବିଷ୍ଣୁ ପ୍ରସାଦ ଘୋଷ, ବିନୋଦିନୀ ଗିରି ପ୍ରମୁଖ ପରିଚାଳନା କରିଥିଲେ ।

publive-image

ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଜ୍ଞାନରଂଜନ ରାଉତରାୟ, ସୀମନ୍ତିକା ନନ୍ଦ, ଜ୍ୟୋତିପ୍ରକାଶ ମହାପାତ୍ର, ସୌମ୍ୟରଂଜନ ପାତ୍ର, ନନ୍ଦୁ ନାଇଡୁ, ନିରାମୟ ଉପଦେଷ୍ଟା ଡକ୍ଟର ରଂଜନ କୁମାର ବିଶ୍ଵାଳ, ଏସସିବି ୟୁଜି ଛାତ୍ର ସଂସଦ ସଭାପତି ଓମ୍ ସ୍ବୟଂ ପ୍ରକାଶ ରାଉତରାୟ, ଏସଏସ୍‌ ସଂପାଦକ ଶାଶ୍ବତ ରଥ, ଜୟ ଜଗନ୍ନାଥ ସେବା ସିମିତ ଟ୍ରଷ୍ଟର ସଦସ୍ୟ ସାଗର ମହାରଣା, ରୁଦ୍ରେଶ କୁମାର, ସୁନିଲ ବେହେରା, ଡମ୍ବରୁଧର ବାରିକ, ମହେଶ୍ବତା ସାହୁ, ଯଶୱନ୍ତ ସାହୁ ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦେଢ ଘଣ୍ଟା ଭିତରେ ୯୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe