ନକଲି ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ବୋର୍ଡ କର୍ମଚାରୀଙ୍କୁ ଗିରଫ କଲା ମଙ୍ଗଳାବାଗ ପୁଲିସ

Advertisment
ନକଲି ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ବୋର୍ଡ କର୍ମଚାରୀଙ୍କୁ ଗିରଫ କଲା ମଙ୍ଗଳାବାଗ ପୁଲିସ

କଟକ: ନକଲି ସାର୍ଟିଫିକେଟ ଦେଇ ବୋର୍ଡ କର୍ମଚାରୀ ଗିରଫ । ସୁଇପର ସୁପର ଭାଇଜର ଭ୍ରମର ବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୁଲିସ। ସେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି ସାର୍ଟିଫିକେଟ ବିକ୍ରି କରିଥିଲେ। ଭ୍ରମର ବର ୪୫ ହଜାର ଟଙ୍କାରେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି ଓଏସ୍‌ଟିଇଇଟି ସାର୍ଟିଫିକେଟ ବିକ୍ରି କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ବୋର୍ଡକୁ ଏ ସଂପର୍କରେ ଅବଗତ କରାଇଥିଲେ। ପରେ ବୋର୍ଡ ମଙ୍ଗଳାବାଗ ଥାନାକୁ ତଦନ୍ତ ପାଇଁ ଚିଠି କରିଥିଲା। ତେବେ ଏହି ଘଟଣା ନେଇ ପୁଲିସ ତଦନ୍ତ କରି ଭ୍ରମର ବରଙ୍କୁ ଗିରଫ କରିଛି।

ଏନେଇ ବୋର୍ଡ ସଭାପତି ରାମାସିସ ହାଜେରା କହିଛନ୍ତି, ‘ନକଲି ସାର୍ଟିଫିକେଟ ସମ୍ପର୍କରେ ଆମେ ଜାଣିନାହୁଁ । ଏନେଇ ବୋର୍ଡର କୌଣସି ସମ୍ପୃକ୍ତି ନାହିଁ । ପୁଲିସ ତାର ତଦନ୍ତ କରୁଛି ।" ‌ସେ ଏହିଭଳି ଅନେକଙ୍କୁ ନକଲି ସାର୍ଟିଫିକେଟ ଦେଇଥିବା ପୁଲିସ ସନ୍ଦେହ କରୁଛି । ଗିରଫ କର୍ମଚାରୀଙ୍କୁ ବୋର୍ଡ କାର୍ଯ୍ୟାଳୟରେ ପଚରାଉଚରା କରୁଛି ପୁଲିସ। ଏହି ଘଟଣାରେ ଅନ୍ୟ କେହି ସାମିଲ ଥିବା ନେଇ ପୁଲିସ ଖୋଳତାଡ଼ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe