ବିଳମ୍ବିତ ରାତିରେ ଯୁବକଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼: ପୂର୍ବ ଶତ୍ରୁତା ସନ୍ଦେହ

Advertisment
ବିଳମ୍ବିତ ରାତିରେ ଯୁବକଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼: ପୂର୍ବ ଶତ୍ରୁତା ସନ୍ଦେହ

ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ ପିକୋଳ ଗ୍ରାମର ଜଣେ ଯୁବକଙ୍କ ଘର ଉପରକୁ ପବିତ୍ର ଦୀପାବଳି ରାତ୍ରରେ ବୋମାମାଡ଼ ହୋଇଥିବା ଜଣାପଡିଛି।ବୋମାମାଡ଼ ସମ୍ପର୍କରେ ଯୁବକଙ୍କର ମା ବିଷ୍ଣୁପ୍ରିୟା ନାୟକ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ରାତ୍ର ପ୍ରାୟ ୧୨ ଟାରେ ତାଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ଦୁଇଟି ବୋମାମାଡ଼ କରିଥିଲେ। ଗୋଟିଏ ବୋମା ଘରର ଛାତ ଓ ଅନ୍ୟଟି କାନ୍ଥ ଉପରକୁ ପକାଇଥିଲେ। ତେବେ ବୋମାମାଡ଼ରେ ଘରର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ବୋମାମାଡ଼ର ପ୍ରଚଣ୍ଡ ଶବ୍ଦରେ ପରିବାର ଲୋକେ ଭୟଭୀତ ହୋଇ  ପଦାକୁ ପଳାଇ ଆସିଥିଲେ।

ଅପରପକ୍ଷେ ଗତ ୧୧ ତାରିଖ ବୋଦାମୁଣ୍ଡେଇର ଦଶହରା ଭସାଣୀରେ ବିଷ୍ଣୁ ପ୍ରିୟାଙ୍କ ସ୍ବାମୀ ପ୍ରଫୁଲ୍ଲ ଓ ପୁଅ ପତିତପାବନଙ୍କ ସହିତ ସେଠାକାର କିଛି ଯୁବକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ବୋମାମାଡ଼ ହୋଇଥିବା ନେଇ ବିଷ୍ଣୁପ୍ରିୟା ସନ୍ଦେହ ପ୍ରକାଶ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସାଲେପୁର ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୧ ତାରିଖ ରାତ୍ର ପ୍ରାୟ ସାଢେ଼ ନଟାରେ କେହି ଦୁର୍ବୃତ୍ତ ପିକୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଣଜିତ୍ ଦାସଙ୍କ ଘରକୁ ଲକ୍ଷ୍ୟ କରି ବୋମା ଫିଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସେହି ସମୟରେ ରାସ୍ତାରେ କେହି ଆସିଯିବାରୁ ଦୁର୍ବୃତ୍ତମାନେ ତରବରିଆ ଭାବେ ଘର ନିକଟ ରାସ୍ତା ଉପରେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଆଠ ମାସ ମଧ୍ୟରେ ପିକୋଳର ଦୁଇ ଗୋଟି ସ୍ଥାନରେ ବୋମାମାଡ଼ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe