ମହାନଦୀରେ ଗୋପୀନାଥପୁର-ବୈଦେଶ୍ବର ‘ଟି’ ସେତୁ, ପର୍ଯ୍ୟଟନ ସୁବିଧା କେନ୍ଦ୍ର ପାଇଁ ପ୍ରଶାସନ ଦେଲା ଅଢେଇ ଏକର ଜମି

Advertisment
ମହାନଦୀରେ ଗୋପୀନାଥପୁର-ବୈଦେଶ୍ବର ‘ଟି’ ସେତୁ, ପର୍ଯ୍ୟଟନ ସୁବିଧା କେନ୍ଦ୍ର ପାଇଁ ପ୍ରଶାସନ ଦେଲା ଅଢେଇ ଏକର ଜମି

କଟକ: ମହାନଦୀ ଉପରେ ସବୁଠାରୁ ଦୀର୍ଘତମ ସେତୁ ଗୋପୀନାଥପୁର-ବୈଦେଶ୍ବର ସେତୁ ଡିସେମ୍ବର ସୁଦ୍ଧା ଶେଷ ହେବାକୁ ଯାଉଛି। ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ୩. ୧୩୯ କିଲୋମିଟର ଲମ୍ବର ଏହି ସେତୁ ବାଙ୍କୀର ବୈଦେଶ୍ବରଠାରୁ ବଡମ୍ବାର ଗୋପୀନାଥପୁରକୁ ଯୋଡିବ। ଏହି ସେତୁ ମଧ୍ୟଯୁଗୀୟ ସ୍ଥାପତ୍ୟକଳାର ନିଦର୍ଶନ ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠକୁ ଯୋଡିବ। ମହାନଦୀ ଗର୍ଭରେ ଥିବା ଏହି ମନ୍ଦିର ଏଏସ୍‌ଆଇ ଅଧୀନରେ ରହିଛି। ପୂର୍ବରୁ ଡଙ୍ଗାରେ ପୀଠକୁ ଯିବାକୁ ପଡୁଥିବା ‌ବେଳେ ଏବେ ଏହି ସେତୁରୁ ୨୩୬ ମିଟରର ଏକ ‘ଟି’ ବ୍ରିଜ୍ ପୀଠକୁ ଯୋଡୁଛି। ଏଭଳି ‘ଟି’ ସେତୁ ଏଯାଏ ରାଜ୍ୟରେ କୌଣସି ସ୍ଥାନରେ ନିର୍ମାଣ ହୋଇ ନଥିବା ଜଣାପଡିଛି। ଏହି ସେତୁ ନିକଟରେ ଅର୍ଥାତ୍‌ ବଡମ୍ବାର ଗୋପୀନାଥପୁରରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ୨ ଏକର ୩୬ ଡିସିମିଲ ସ୍ଥାନ ଯୋଗାଇ ଦେଇଥିବା ବେଳେ ଏହାର ଡିଜାଇନ୍‌ ମଧ୍ୟ ପ୍ରସ୍ତୁତ ସରିଛି। ଅନ୍ୟପଟେ ହଂସନାଥ ପୀଠକୁ ସଂଯୋଗ କରୁ୍‌ଥିବା ‘ଟି’ ସେତୁ ୨୩୬ ମିଟର ପାଇଁ ମଧ୍ୟ ପାହାଚ ଓ ବିଭିନ୍ନ କାର୍ଯ୍ୟର ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି।
ସୂଚନା ଅନୁସାରେ, ‌୨୦୧୪, ଫେବ୍ରୁଆରି ୨୮ରେ ମୁଖ୍ୟମନ୍ତ୍ରୀ ଗୋପୀନାଥପୁରଠା‌ରେ ଗୋପୀନାଥପୁର-ବୈଦେଶ୍ବର ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ।

କିନ୍ତୁ ବୈଷୟିକ ମଂଜୁରୀ ମିଳିବାରେ ବିଳମ୍ବ ହେବା ସହିତ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ନେଇ ପ୍ରଶ୍ନ ଉଠାଇ ଥିଲା। ନାବାର୍ଡ ମଧ୍ୟ ଡିଜାଇନ୍‌କୁ ନେଇ ପ୍ରଶ୍ନ ଉଠାଇଥିଲା। ଏସବୁର ସମାଧାନ ଓ ପ୍ରକଳ୍ପ ଅନୁମୋଦନ ସହ ଆର୍ଥିକ ମଂଜୁରୀ ମିଳିବାରେ ବିଳମ୍ବ ଯୋଗୁଁ ଏହି ସେତୁ ନିର୍ମାଣ ବିଳମ୍ବିତ ହୋଇଥିଲା। ଫଳରେ ୨୦୧୮-୧୯ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସେତୁରେ ୩୬.୫ ମିଟର ପରିମିତ ୮୬ଟି ସ୍କାନ୍ ରହିଛି । ସେତୁର ଚଉଡା ପ୍ରାୟ ସାଢେ ସାତ ମିଟର ରହିଥିବା ବେଳେ ଉଭୟ ପାର୍ଶ୍ଵରେ ଦେଢ଼ ମିଟର ଲେଖାଏଁ ଫୁଟପାଥ ରହିଛି। ଏହି ସେତୁ ଲୋକାର୍ପଣ ହେଲେ ବାଙ୍କୀ- ବଡ଼ମ୍ବା ମଧ୍ୟରେ ଦୂରତା ହ୍ରାସ ସହିତ ଢେଙ୍କାନାଳ, ପୁରୁଣା କଟକ ସମ୍ବଲପୁର ରାସ୍ତା ଦୂରତା କମିବ। ଏହି ସେତୁ ରାଜ୍ୟର ଅନ୍ୟ ସେତୁ ମଧ୍ୟରେ ଭିନ୍ନ ଓ ଦୀର୍ଘତମ ବୋଲି କହିଛନ୍ତି ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର। ଟି - ସେତୁରେ ବ୍ୟାଟେରୀ ଚାଳିତ ଯାନ ଚଳାଚଳର ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe