ବିଡାନାସୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ୫ ଗିରଫ

Advertisment
୧୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ନିଶା ବେପାରୀକୁ ମାଡ଼ି ବସିଲା ଅବକାରୀ ଟିମ୍‌

image source- odisha-bytes

କଟକ: କଟକରେ କମିସନରେଟ୍‌ ପୁଲିସ ଏକ ବଡ଼ ଧରଣର ବ୍ରାଉନସୁଗାର ଆଡା ଉପରେ ଚଢ଼ଉ କରିଛି। ମୋଟ ୧୦ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ବିଡାନାସୀ ଦେଉଳସାହି ଦେବୀଘର ପଛପଟୁ ଜବତ କରିଛି। ଏଭଳି ବିପୁଳ ପରିମାଣର ବ୍ରାଉନସୁଗାର ସାହି ଭିତରୁ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଡାନାସୀ ଥାନା ପୁଲିସ ବ୍ରାଉନସୁଗାର କାରବାରରେ ମୋଟ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଦେଉଳସାହି ଦେବୀଘର ପଛପଟେ ବ୍ରାଉନସୁଗାର କାରବାର ଗଲା କିଛି ମାସ ହେବ ଚାଲିଆସିଥିବା ସଂପର୍କରେ ପୁଲିସ ଖବର ପାଇଥିଲା। ଗଲା ସୋମବାର ସକାଳ ପ୍ରାୟ ୯ଟା ବେଳେ ବ୍ରାଉନସୁଗାର ମାଫିଆ ପାଉଡର‌୍‌ ବିକ୍ରି କରିବାକୁ ଯୋଜନା କରୁଥିଲେ। ଏହି ସମୟରେ ବିଡାନାସୀ ଥାନା ପୁଲିସ ଚଢ଼ଉ କରି ୫ ଜଣ ବ୍ରାଉନସୁଗାର ମାଫିଆ ବିଡାନାସୀ ହନୁମାନ ମନ୍ଦିର ଅଞ୍ଚଳର ଦେବାଶିଷ ବିଶ୍ବାଳ ଓରଫ ପୁଅ(୨୪), ରଘୁନାଥ ଜିଉ କଲେଜ ନିକଟରେ ରହୁଥିବା ବିଶ୍ବରଞ୍ଜନ ସ୍ବାଇଁ ଓରଫ ସୁକୁନ(୨୫), ଲାଲବାଗ ଖ୍ରୀଷ୍ଟିଆନ୍‌ ସାହିର ଶ୍ରୀରାଜ ପାତ୍ର ଓରଫ ବାବୁ(୨୭), ମାଲଗୋଦାମ ଯୋବ୍ରା ଅଞ୍ଚଳର ମନୋଜ କୁମାର ଦାସ(୨୯) ଓ ନୟାଗଡ଼ ସୁନାଖଳାର ସୁମନ୍ତ କୁମାର ମାଝି(୩୪)କୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ମୋଟ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ କରିଥିବା ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିଓ୍ୱାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe