କଟକ : ବ୍ରାଉନ୍ସୁଗାର ବେପାର କରୁଛନ୍ତି ଇଞ୍ଜିନିୟର। ପାଖାପାଖି ୪ ବର୍ଷ ହେଲା ଏଭଳି ବ୍ୟବସାୟ ଚଳାଇ ଆସୁଥିଲେ। ଅବକାରୀ ଅଧିକାରୀଙ୍କ ନଜର ଏଡ଼ାଇବାକୁ କୋଡ୍ ଵାଡ୍ ‘ବମ୍’ ରଖାଯାଇଥିଲା। ଭୁବନେଶ୍ବରର ଅଧିକା˚ଶ କଲେଜ ହଷ୍ଟେଲ୍ରେ ଡେଲିଭରି କରୁଥିବା ଏହି ଇଞ୍ଜିନିୟରଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ନୟାପଲ୍ଲୀ ଥାନା ସାଲିଆ ସାହି ଅଞ୍ଚଳରୁ ଗିରଫ କରିଛି। ସେ ଖୋର୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ପ୍ରିତୀଶ ପଟ୍ଟନାୟକ(୨୭)। ବିଭାଗୀୟ ଅଧିକାରୀ ପ୍ରିତୀଶଙ୍କ ପକେଟ୍ରୁ ୯ ଲକ୍ଷ ଟଙ୍କାର ୮୩ ଗ୍ରାମ ବ୍ରାଉନ୍ସୁଗାର ଏବ˚ ପଲ୍ସର ୧୮୦(ଓଆର୍ ୦୨ ବିଏନ୍ ୮୬୯୭) ଜବତ କରିିଥିବା ସୂଚନା ମିଳିଛି।
ଭୁବନେଶ୍ବରରେ ଏକ ଘରୋଇ ଇଞ୍ଜିନିୟରି˚ କଲେଜରୁ ଇଟିସି ବ୍ରାଞ୍ଚରେ ଇଞ୍ଜି˚ନିୟରି˚ ଶେଷ କରିବା ପରେ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ତା’ ସହିତ ଗତ ୪ ବର୍ଷ ହେବ ପ୍ରିତୀଶ ଖୋର୍ଧା ଓ ଭୁବନେଶ୍ବରରେ ବ୍ରାଉନ୍ସୁଗାର ବ୍ୟବସାୟ କରୁଥିଲେ। ମୋବାଇଲ୍ ଫୋନ୍ରେ ଭୁବନେଶ୍ବରର ପ୍ରମୁଖ କଲେଜ ଛାତ୍ରଛାତ୍ରୀଙ୍କ ନିକଟରୁ ଅର୍ଡର ରଖିବା ପରେ ବାଇକ୍ରେ ଆସି ପୁଡ଼ିଆ ଡେଲିଭରି କରୁଥିଲେ। ସେ ପୁଡ଼ିଆ ପିଛା ପାଖାପାଖି ୪୦୦ ଟଙ୍କା ବିକ୍ରି କରୁଥିଲେ।
ଆଜି ସକାଳେ ପ୍ରିତୀଶ ସାଲିଆସାହିରେ ଏକ କଲେଜ ଛାତ୍ରଙ୍କୁ ବ୍ରାଉନ୍ସୁଗାର ବିକ୍ରି କରିବାକୁ ଆସିଥିବା ବେଳେ କେନ୍ଦ୍ରାଞ୍ଚଳ ଅବକାରୀ ଅଧିକାରୀ ଖବର ପାଇ ତାଙ୍କୁ କାବୁ କରିନେଇଥିଲେ। ତାଙ୍କୁ ପଚରାଉଚରା କରାଯିବା ପରେ ସେ ଖୋର୍ଧାର ଦୁଇ ଦଲାଲଙ୍କ ନିକଟରୁ ପାଉଡ଼ର୍ କିଣୁଥିବା ସ୍ବୀକାର କରିଛନ୍ତି। ସେମାନଙ୍କୁ ଗିରଫ କରିବାକୁ ଏବେ ବିଭାଗ ଯୋଜନା କରୁଛି।
ଅବକାରୀ ଡେପୁଟି କମିସନର ରାମଚନ୍ଦ୍ର ପାଲ୍ଟାଙ୍କ ଗୁଇନ୍ଦା ତଥ୍ୟକୁ ଭିତ୍ତି କରି କେନ୍ଦ୍ରାଞ୍ଚଳ ଅବକାରୀ ଇନ୍ସ୍ପେକ୍ଟର ବୈଜୟନ୍ତୀ ପଣ୍ତାଙ୍କ ନେତୃତ୍ବରେ ଜଗଦୀଶ ସାମଲ, ଗାଲୁରାମ ସୋରେନ୍, ଦୁର୍ଗାଚରଣ ବାରିକ, ପ୍ରଦୀପ ବେହେରା, କିଶୋର ରାଉତ, ରାମଚନ୍ଦ୍ର ଜେନା, ଚନ୍ଦ୍ରଭାନୁ ଦାସ, ଆଲୋକ ଖଟୁଆ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।
Follow Us