୪୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

Advertisment
୪୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ: କମିସନରେଟ ପୁଲିସକୁ ସଫଳତା। କଟକ ଜିଲ୍ଲାର କନ୍ଦରପୁର ଥାନା ନିକଟରୁ ଆଜି(ଶନିବାର) ୪୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି ପୁଲିସ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।

publive-image
ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସେକ ରାଜା। ତାର ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ। ସେ ଅନେକ ସମୟରେ ବ୍ରାଉନସୁଗାର ବ୍ୟବସାୟ କରିଥାଏ ବୋଲି କଟକ ଡିସିପି କହିଛନ୍ତି। ବାଲେଶ୍ଵରରୁ ବ୍ରାଉନସୁଗାର ଆଣି କଟକ, ଜଗତସିଂହପୁର, ଭୁବନେଶ୍ୱରରେ ବ୍ୟବସାୟ କରିଥାଏ।
ତେବେ ଆଜି ସେ କନ୍ଦରପୁର ଥାନା ଅଞ୍ଚଳରେ ବ୍ୟବସାୟ କରିବାକୁ ଆସିଥିବାବେଳେ ଖବର ପାଇ ପୁଲିସ ମାଡି ବସିଥିଲା। ଏନେଇ ତା ନିକଟରୁ ୪୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ। ତେବେ ତାହା ସହ ଅନ୍ୟ କେଉଁମାନେ ଏହି ବେପାରରେ ସାମିଲ ଅଛନ୍ତି, ତାହାର ଅଧିକ ତଦନ୍ତ ପାଇଁ ସେକ ରାଜାକୁ ରିମାଣ୍ଡରେ ଅଣାଯିବ ବୋଲି କଟକ ଡିସିପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe