ଭୁଶୁଡ଼ି ପଡ଼ିବ ଘର! ବିପଦସଙ୍କୁଳ ବାଦାମବାଡ଼ି ସେସୁ କଲୋନିର ୧୪୫ କ୍ବାର୍ଟର୍ସ

Advertisment

ଲୋକଙ୍କ ଜୀବନ ପ୍ରତି କର୍ତ୍ତୃପକ୍ଷ ବେପରୱା

ଲୋକଙ୍କ ଜୀବନ ପ୍ରତି କର୍ତ୍ତୃପକ୍ଷ ବେପରୱା

ଭୁଶୁଡ଼ି ପଡ଼ିବ ଘର! ବିପଦସଙ୍କୁଳ ବାଦାମବାଡ଼ି ସେସୁ କଲୋନିର ୧୪୫ କ୍ବାର୍ଟର୍ସ

Sambad

କଟକ: କାନ୍ଥ ଫାଟି ଆଁ କରିଛି। କାନ୍ଥରେ ବଡ଼ ବଡ଼ ଗଛ ଉଠି ଅତ୍ୟନ୍ତ ବିପଦଶଙ୍କୁଳ ସ୍ଥିତି ସୃଷ୍ଟି କରିଛି। କାନ୍ଥର ସ୍ଥିତି ଏମିତି ଯେ ଠେଲି ଦେଲେ ହୁଏତ ପଡ଼ି ଯିବ। କିନ୍ତୁ ସେହି ଘର ଭିତରେ ରହୁଛନ୍ତି ଲୋକ। କ୍ବାର୍ଟର ଅଞ୍ଚଳ ଚାରିପଟେ ଏଭଳି ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି ଯେ ଜୀବଯନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏଭଳି କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲେ ବି ସେଥିରେ ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବା ଏବଂ ତାହାକୁ ଭାଙ୍ଗିବା ଦିଗରେ ପଦକ୍ଷେପ ନିଆ ନଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗର କାରଣ ହୋଇଛି। ବାଦାମବାଡି ସେସୁ କଲୋନିର ଏହି ଅସୁରକ୍ଷିତ କୋଠାକୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରତି ବି ବିପଦ ବଢିବାରେ ଲାଗିଛି। ହଠାତ କୌଣସି ଅଘଟଣ ଘଟିଲେ ‌ଯଦି ଧନଜୀବନ ହାନୀ ହେବ, ସେଥିପାଇଁ କିଏ ଦାୟୀ ରହିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ତଥ୍ୟ ଅନୁଯାୟୀ ବାଦାମବାଡ଼ି ସେସୁ କଲୋନିରେ ଥିବା ୧୪୫ଟି କ୍ବାର୍ଟର ଏବେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡିଛି। ୧୪୫ଟି କ୍ବାର୍ଟରରୁ ଏବେ ୪୦ଟି କ୍ବାର୍ଟରରେ ‌ଲୋକ ରହୁଛନ୍ତି।

କିନ୍ତୁ ଲୋକେ ରହୁଥିବା କୋଠା ବି ଅତ୍ୟନ୍ତ ବିପଦଶଙ୍କୁଳ ସ୍ଥିତିରେ ରହିଛି। ୧୦ ବର୍ଷ ପୂର୍ବରୁ ଏହି କୋଠା ଅସୁରକ୍ଷିତ ହୋଇ ପଡିଥିଲେ ବି ଏହାର ମରାମତି କରା ନଯାଇ ଛାଡ଼ି ଦିଆଯାଇଥିବାରୁ ‌ଏବେ ଏଭଳି ବିପଦଶଙ୍କୁଳ ସ୍ଥିତି ଉପୁଜିଛି। ଲଗାଣ ବର୍ଷା, ପବନରେ କ୍ବାର୍ଟର ଗୁଡିକ ଭୁଶୁଡିବା ଆଶଙ୍କା ରହୁଛି ବୋଲି ଜଣେ ଯନ୍ତ୍ରୀ କହିଛନ୍ତି। ବିଦ୍ୟୁତ୍ ପରିଚାଳନା ଓ ଯୋଗାଣ ବ୍ୟବସ୍ଥା ଗତ କିଛି ବର୍ଷ ହେବ ଘରୋଇ ସଂସ୍ଥା ହାତକୁ ଯିବା ପରେ ସରକାର ଆଉ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ପ୍ରତି ୩/୪ ବର୍ଷ ଅନ୍ତରରେ କଂପାନି ବଦଳୁଥିବାରୁ କର୍ମଚାରୀଙ୍କ ସଂପର୍କରେ ବି ଘରୋଇ କଂପାନି ଚିନ୍ତା କରୁନାହାନ୍ତି। ଶହ ଶହ କର୍ମଚାରୀ ଗୋଟିଏ ପଟେ କ୍ବାର୍ଟର ନ ପାଇ ବାହା‌ରେ ଘର ଭଡ଼ା ନେଇ ରହୁଥିବା ବେଳେ ଏପଟେ ଶତାଧିକ କ୍ବାର୍ଟରକୁ ଅସୁରକ୍ଷିତ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଏବେ ଟାଟା ପାଓ୍ବାର କେନ୍ଦ୍ରୀୟ ଓଡ଼ିଶା ଯୋଗାଣ (ଟିପିସିଓଡିଏଲ) ହାତରେ ଏହି କ୍ବାର୍ଟର ରହିଥିବାରୁ ତୁରନ୍ତ ଏହି ଅସୁରକ୍ଷିତ କ୍ବାର୍ଟରକୁ ଭାଙ୍ଗି, ପୁନଃ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe