ଅତ୍ୟାଧୁନିକ ବସଟର୍ମିନାଲ ସ୍ଥିତି ଅନୁଧ୍ୟାନ ‌କଲେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର

Advertisment
ଅତ୍ୟାଧୁନିକ ବସଟର୍ମିନାଲ ସ୍ଥିତି ଅନୁଧ୍ୟାନ ‌କଲେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର

Sambad

କଟକ: ଅତ୍ୟାଧୁନିକ ବସ ଟର୍ମିନାଲର ସ୍ଥିତି ଅନୁଧ୍ୟାନ କଲେ କଟକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଆରଡ଼ିସି, ସିଏମସି କମିଶନର, ପୁଲିସ କମିଶନର, କଟକ ଡ଼ିସିପଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଖାନନଗର ପାଠାଗାର ସ୍ଥିତ ପରିଦର୍ଶନ କରିଛନ୍ତ। ଉକ୍ତ ସ୍ଥାନରେ ପହଞ୍ଚି କେବ‌େ ଓ କିପରି ଭାବେ କାମ ଆରମ୍ଭ ହେବ ସେ ନେଇ ସମୀକ୍ଷା କରିଥିବା ସୂଚନା ମିଳିଛି।

ସୂଚନାଅନୁଯାୟୀ, କଟକ ବାଦାମବାଡ଼ି ବସ ଷ୍ଟାଣ୍ତ ଖାନନଗରକୁ ସ୍ଥାନାନ୍ତରିତ ହେବାକୁ ଥିବା ଓ ଏହାକୁ ନେତାଜୀଙ୍କ ନାମରେ ନାମିତ କରାଯିବା ନେଇ ସରକାଙ୍କ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ଆଜି ଗୁରୁବାର ଖାନନଗର ଠାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଆରଡ଼ିସି ଅନୀଲ କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସିଏମସି କମିଶନର ଅନନ୍ୟା ଦାସ, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, କଟକ ଡ଼ିସିପି ପ୍ରତୀକ୍‌ ସିଂହଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସ୍ଥିତି ସମୀକ୍ଷା କରିନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe