ପୁଣି ଚର୍ଚ୍ଚାରେ ୨୧ ନମ୍ବର, ଭାଇ ଓ ପୁଅଙ୍କ ଭରସାରେ ପୂର୍ବତନ ‌କର୍ପୋରେଟର୍‌ ଅଶୋକ ଶର୍ମା

ପୁଣି ଚର୍ଚ୍ଚାରେ ୨୧ ନମ୍ବର, ଭାଇ ଓ ପୁଅଙ୍କ ଭରସାରେ ପୂର୍ବତନ ‌କର୍ପୋରେଟର୍‌ ଅଶୋକ ଶର୍ମା

କଟକ: ସିଏମ୍‌ସି ୱାର୍ଡ ନମ୍ବର ୨୧ ବିଭିନ୍ନ କାରଣରୁ ଗଲା କିଛି ବର୍ଷ ଧରି ଚର୍ଚ୍ଚାରେ ରହି ଆସିଛି। ୨୦୧୪ ସିଏମସି ନିର୍ବାଚନରେ ଏହି ୱାର୍ଡରୁ ଜିତି ଅନିତା ବେହେରା କଟକର ମେୟର ହୋଇଥିଲେ। କିନ୍ତୁ ରାସନକାର୍ଡ ଅଭିଯୋଗରେ ଅଧାରୁ ତାଙ୍କୁ ମେୟର ଓ କର୍ପୋରେଟର ପଦରୁ ଇସ୍ତଫା ଦେବାକୁ ପଡିଥିଲା। ସେହି ୱାର୍ଡରେ ଉପନିର୍ବାଚନ ହୋଇଥିଲା। କିନ୍ତୁ ଉପନିର୍ବାଚନରେ କଂଗ୍ରେସର ଗୌରୀ ଦାସ ବିଜୟୀ ହୋଇ ପୁଣି ୱାର୍ଡକୁ ଚର୍ଚ୍ଚାରେ ରଖିଥିଲେ। ଏଥର ଏହି ୱାର୍ଡରୁ ବିଜେଡି ପ୍ରାର୍ଥୀ କରିଥିଲା ପୂର୍ବତନ କର୍ପୋରେଟର ଆଶୋକ ଶର୍ମାଙ୍କୁ। କିନ୍ତୁ ସେ ଏକ ଦୁର୍ଘଟଣାରେ ଆ‌ହତ ହୋଇ ଏବେ ଆଉ ପ୍ରଚାରକୁ ବାହାରି ପାରୁ ନାହାନ୍ତି। ତାଙ୍କ ପୁଅ ଓ ଭାଇ ନିର୍ବାଚନ ପ୍ରଚାର ଦାୟିତ୍ବ ସମ୍ଭାଳିଛନ୍ତି।

କିଛି ଦିନ ତଳେ ଫିରିଙ୍ଗବଜାର ଅଞ୍ଚଳରେ ପ୍ରଚାର ସମୟରେ ଜଣେ ଭୋଟରଙ୍କ ଘର ଆଗରେ ଥିବା ପାହାଚରେ ଝୁଣ୍ଟି ଶ୍ରୀ ଶର୍ମା ପଡି ଯାଇଥିଲେ। ଏଥିରେ ତାଙ୍କ ଛାତିର ପଞ୍ଜରା ହାଡରେ ଆଘାତ ଲାଗିଛି। ଡାକ୍ତର ତାଙ୍କୁ ୨ମାସ ପାଇଁ ଘରେ ବିଶ୍ରାମ ନେବାକୁ କହିଛନ୍ତି। ଏପରିକି ଛିଡା ହେବାକୁ ତାଙ୍କୁ ବାରଣ କରାଯାଇଛି। ଏପରି ଅବସ୍ଥାରେ ଶ୍ରୀ ଶର୍ମାଙ୍କ ପୁଅ ବିଶାଲ ଓ ଭାଇ ସଞ୍ଜୟଙ୍କ ସହିତ ୱାର୍ଡର ସମସ୍ତ ବିଜେଡି କର୍ମକର୍ତ୍ତା ତାଙ୍କ ପାଇଁ ୱାର୍ଡରେ ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କ ପାଖକୁ ଯାଇ ପାରୁ ନଥିବାରୁ ବହୁତ ଦୁଃଖ ଲାଗୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe